୨୨୦୦ଟଙ୍କାରେ କରିପାରିବେ ଆର୍‌ଟି-ପିସିଆର୍‌ କୋଭିଡ୍‌’ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଟେଷ୍ଟ ପାଇଁ ଚିନ୍ତିତ ଥିବା ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଏଣିକି ୨୨୦୦ ଟଙ୍କାରେ ରାଜ୍ୟରେ ହୋଇପାରିବ କରୋନା ଟେଷ୍ଟ । ଏନେଇ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ଦେୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଜିଏସିଟି ମିଶିବା ପରେ ୨୨୦୦ ଟଙ୍କାରେ ଧାର୍ଯ୍ୟ ହୋଇଛି ସର୍ବାଧିକ ଦର ।

ଭୁବନେଶ୍ୱରର ୪ଟି ଘରୋଇ ପରୀକ୍ଷାଗାର ଯଥା-ଆପୋଲୋ ହସ୍‌ପିଟାଲ୍‌, ସମ୍‌ ହସ୍‌ପିଟାଲ୍‌, ଇନ୍‌ଡିଏନ୍‌ଏ ଲାଇଫ୍‌ ସାଇନ୍ସ୍‌ ଏବଂ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍‌ରେ ଘରୋଇ ଭାବେ କୋଭିଡ୍‌ ପରୀକ୍ଷା କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପରୀକ୍ଷାର ସର୍ବାଧିକ ମୂଲ୍ୟ ୨୨୦୦ ଟଙ୍କା (ଜିଏସ୍‌ଟି ଓ ଆନୁଷଙ୍ଗିକ ଦେୟ ସହ) ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *