ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ୧୩ ଶହ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ
ଖୁର୍ଦ୍ଧା, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମ୍ୟୁଟେସନ୍ କେସ୍ର ତଦନ୍ତ ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ।
ସୂଚନା ଅନୁସାରେ, ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ଗୋଡିକିଲୋ ଗାଁର ତ୍ରିନାଥ ଛୁଆଳସିଂଙ୍କ ଜମିର ମ୍ୟୁଟେସନ୍ କେସ୍ର ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସିକୋ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପିଅନ ବ୍ରଜ କିଶୋର ସାମନ୍ତରାୟଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।











