ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା

ସାଲେପୁର, (ଓଡିଶା ଟାଇମ୍) :ପୁଣି ଥରେ କରୋନା ଫେରୁଥିବାରୁ ଏହାକୁ ନେଇ ବେଶ୍‌ ସଜାଗ ରହିଛି ପ୍ରଶାସନ। ଏପରିକି ବିଭିନ୍ନ ସ୍ଥାନରେ ଗହଳିକୁ ନେଇ କିଛି ଦିନ ପୂର୍ବରୁ କଟକଣା କୋହଳ ହୋଇଥିବା ବେଳେ ଏବେ ପୁଣି ଥରେ ତାକୁ କଡ଼ାକଡ଼ି କରିଛି ପ୍ରଶାସନ।  ଏହି ପରିପ୍ରେକ୍ଷୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଜାରି ହୋଇଛି ୧୪୪ ଧାରା ।

ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହେବାର ଥିଲା। ଏହି ଅବସରରେ ବିଭିନ୍ନ ଆଡ଼ୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି  ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତକାଲି ସନ୍ଧ୍ୟାରୁ ଲାଗୁ ହୋଇଥିବା ୧୪୪ ଧାରା ଆସନ୍ତାକାଲି ସନ୍ଧ୍ୟା ୬ ଟା ଯାଏଁ ପୀଠରେ ବଳବତ୍ତର ରହିବ।  ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଧି ମୁତାବକ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହେବ। କେବେଳ ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ  ମିଳିବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.