ଗଞ୍ଜାମରେ ସରକାରୀ ଅଫିସକୁ ସାଧରଣଲୋକଙ୍କୁ ମନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଏଥିରେ କରୋନା ଯୋଦ୍ଧା ସମେତ ବହୁ ସରକାରୀ କର୍ମଚାରୀ ଆକ୍ରନ୍ତ ହେଉଛନ୍ତି । ଗଞ୍ଜାମ ଜିଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲାରେ କିଛି ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସାଧାରଣ ଲୋକଙ୍କୁ ୧୦ ଦିନ ପାଇଁ ଗଞ୍ଜାମ ଜିଲାର ସମସ୍ତ ସରାକରୀ ଅଫିସକୁ ବାରଣ କରାଯାଇଛି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମ ଜିଲାରେ ଆଜି ୧,୦୦୦ ପାର କରିଛି । ଯାଜା ଜିଲା ପ୍ରଶାସନ ପାଇଁ ମୁଖବ୍ୟଥାର କାରଣ ପାଲଟିଛି ।

Leave a Reply

Your email address will not be published.