IAS ସ୍ତରରେ ଛୋଟଧରଣର ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ୍): IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ୨ଜଣ IASଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ IASଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । IAS ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି ସରକାର ।

ଖବର ଅନୁଯାୟୀ, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଗଲେ IAS ପ୍ରମୋଦ କୁମାର ମେହେର୍ଦ୍ଦା । NFSM ଏମ୍‌ଡି ଭାବେ ଦାୟିତ୍ବ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା l

Leave a Reply

Your email address will not be published. Required fields are marked *