ବରିଷ୍ଠ IAS ସ୍ତରରେ ଅଦଳବଦଳ

ଭୁବନେଶ୍ବର, (ଓଡିଶା ଟାଇମ୍): ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି । ଅର୍ଥ ବିଭାଗ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଭାବେ ବଦଳି କରାଯାଇଛି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ ଭାବେ ବଦଳି କରାଯାଇଛି ।

ସେହିଭଳି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଥିବା ଆଇଏଏସ ଡି.କେ. ସିଂଙ୍କୁ ଇସ୍ପାତ ଓ ଖଣି ବିଭାଗ ସଚିବ ଭାବେ ବଦଳି କରାଯାଇଛି । ଇସ୍ପାତ ଓ ଖଣି ବିଭାଗ ସଚିବ ଥିବା ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସଚିବ ଭାବେ ବଦଳି କରାଯିବା ସହ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇଏଏସ ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ କମିଶନର ସହ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *