ସ୍ୱାଧୀନତା ପାଇଁ ଲଢେଇ କରିଥିବା କିଛି ମହାନାୟକ, ଯାହାଙ୍କୁ ଆଜିବି ଝୁରେ ଦେଶ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଦେଶ ପାଳୁଛି ୭୪ ତମ ସ୍ୱାଧିନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଳାରେ ପତାକା ଉତ୍ତୋଳନ କରି ଦେଶ ଳାଗି ପ୍ରାଣବଳୀ ଦେଇଥିବା ବୀରଙ୍କୁ ମନେ ପକାଇଛନ୍ତି ।

ଭାରତକୁ ସ୍ୱାଧିନତା ଦେବାରେ ଅନେକ ବୀରଙ୍କ ହାତ ରହିଥିବା ବେଳେ ଏହି ଅବସରରେ ଜାଣନ୍ତୁ ସେହିପରି କିଛି ମହାନାୟକଙ୍କ ସମ୍ପର୍କରେ…

ମହାତ୍ମା ଗାନ୍ଧୀ- ଅହିଂସା ମାର୍ଗରେ ଭାରତ ମାତାକୁ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । ଏକଦା ଆଫ୍ରିକାରେ ବର୍ଣ୍ଣ ବୈଷମ ନେଇ ତାଙ୍କୁ ଟ୍ରେନରୁ ଠେଲି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେ ଭାରତ ଫେରି ଆସିଥିଲେ । ଦେଶକୁ ସ୍ୱାଧୀନତା ପଅଦାନ କରିବାରେ ତାଙ୍କର ଅନନ୍ୟ ଭୂମିକା ରହିଛି ।

ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ଦିନରାତି ସଂଗ୍ରାମ ଚଳାଇ ରଖିଥିବା ମହାତ୍ମା ଗାନ୍ଧୀ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ତଥା ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇ ପାରିନଥିଲେ ବୋଲି କୁହାଯାଏ।

ପଣ୍ଡିତ ଜବାହରଲାଲ୍ ନେହେରୁ- ପଣ୍ଡିତ ଜବାହରଲାଲ୍ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗାନ୍ଧିଜୀଙ୍କ ବ୍ୟତିତ ଭାରତକୁ ଇଂରେଜ କବଳରୁ ସ୍ୱାଧୀନ କରିବାରେ ତାଙ୍କର ମଧ୍ୟ ଅବଦାନ ରହିଛି ।

ସୁଭାଷ ଚନ୍ଦ୍ର ବୋଷ- ଭାରତକୁ ସ୍ୱାଧୀନତା ଦେବାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଏକ ବଡ ଅବଦାନ ରହିଛି । ଗାନ୍ଧିଜୀଙ୍କର ଅହିଂସା ନୀତିକୁ ଏତେଟା ପସନ୍ଦ କରୁନଥିବା ନେତାଜି ବୋଷ ସ୍ୱାଧୀନତା ପାଇଁ ବ୍ରିଟିଶ ଶାସନ ବିରୋଧରେ ଲଗାତାର ଲଢେଇ ଜାରି ରଖିଥିଲେ । ଏହି ମହାନାୟକ ଦିନେ ବିମାନରେ ଟୋକିଓ ଗସ୍ତ କରୁଥିବା ବେଳେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଏ । ହେଲେ ତାଙ୍କର ମୃତ୍ୟୁ ଆଜିବି ରହସ୍ୟମୟ ହୋଇ ରହିଛି ।

ଭଗତସିଂହ, ରାଜଗୁରୁ ଓ ସୁଖଦେବ- ଭଗତ ସିଂହ ଓ ତାଙ୍କ ସାଙ୍ଗମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଏମାନେ ଭାରତରେ ଥିବା ବ୍ରିଟିଶ ସଂସଦରେ ବୋମା ମାଡ ପାଇଁ ଯୋଜନା କରି ଆତ୍ମସମର୍ପଣ କରିଥିଲେ । ଯିଏକି ଫାଶୀ ପାଇବା ପୂର୍ବରୁ ଇନକ୍ଲାବ୍ ଜିନ୍ଦାବାଦ ବୋଲି କହିଥିଲେ ।

 

 

Leave a Reply

Your email address will not be published.