ରାଜେଶ ଖନ୍ନାଙ୍କୁ ପରିଚୟ ଆଣିଦେଇଥିଲା ବଲିଉଡର ଏହିସବୁ ଫିଲ୍ମ

ଭୁବନେଶ୍ୱର; (ଓଡିଶା ଟାଇମ୍‌): ବଲିଉଡର ଲୋକପ୍ରିୟ ସୁପରଷ୍ଟାରଙ୍କ ମଧ୍ୟରେ ରାଜେଶ ଖନ୍ନା ଅନ୍ୟତମ । ସିଏ ଏକାଧାରାରେ ଜଣେ ଅଭିନେତା, ଫିଲ୍ମ ନିର୍ମାତା ଓ ରାଜନୀତିଜ୍ଞ ମଧ୍ୟ ଥିଲେ । ଯିଏକି ବଲିଉଡ ଜଗତରେ ‘କାକା’ ଭାବେ ଖୁବ୍ ପରିଚିତ ।

ତାଙ୍କ ଫିଲ୍ମ ସବୁ ବଲିଉଡ ଦୁନିଆରେ ଚହଳ ସୃଷ୍ଟି କରିଥିଲା । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଜାଣନ୍ତୁ ରାଜେଶଙ୍କ କିଛି ଲୋକପ୍ରିୟ ଫିଲ୍ମ ବିଷୟରେ …

ସେ ନିଜର ଅଭିନୟ ଲାଗି ପଦ୍ମ ଭୂଷଣ ଭଳି ପୁରସ୍କାର ଜିତି ଥିଲେ । ଯାହାଙ୍କର ପ୍ରାୟ ୧୫ଟି ଫିଲ୍ମ ଏକଦା ରେକର୍ଡ ସୃଷ୍ଟି କରିଥିଲା ।

ଆଖରି ଖତ୍‌- (୧୯୬୬)

ରାଜେଶ ଖନ୍ନା ୧୯୬୬ ମସିହାରେ ଆଖରି ଖତ୍ ନାମକ ଫିଲ୍ମ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଚେତନ ଆନନ୍ଦ । ସେ ନିଜର ଫିଲ୍ମ କ୍ୟାରିୟରରେ ୧୬୮ ଫିଚର ଫିଲ୍ମ ଓ ୧୨ଟି ସର୍ଟ ଫିଲ୍ମ କରିଥିଲେ ।

ରାଜ- (୧୯୬୭)
ଏହି ଫିଲ୍ମରେ ରାଜେଶଙ୍କ ସହ ସ୍କ୍ରିନ ଶେୟାର କରିଥିଲେ ଅଭିନେତ୍ରୀ ବବିତା । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ରବିନ୍ଦ୍ର ଦବେ ତୁଲାଇଥିଲେ ।

ଆରାଧନା- (୧୯୬୯)
ଋାଜେଶ ଖନ୍ନା ୧୯୬୯ ମସିହାରୁ ୧୯୭୧ ମସିହା ମଧ୍ୟରେ ହିନ୍ଦି ସିନେମାରେ ଲଗାତାର ଭାବେ ଦର୍ଶକଙ୍କୁ ୧୫ଟି ସଫଳ ଫିଲ୍ମ ଭେଟି ଦେଇଥିଲେ ।

କଟି ପତଙ୍ଗ- (୧୯୭୦)
ସେ ନିଜର ଫିଲ୍ମ କ୍ୟାରିୟର ମଧ୍ୟରେ ଆଶା ପାରେଖଙ୍କ ସହ ୪ଟି ଫିଲ୍ମରେ ମୁଖ୍ୟ କଳାକାର ଭାବେ ଅଭିନୟ କରିଛନ୍ତି । ତାଙ୍କ ସହ କଟି ପତଙ୍ଗ ଫିଲ୍ମ ରାଜେଶଙ୍କ ଦ୍ୱିତୀୟ ଫିଲ୍ମ ।

ଏହି ଫିଲ୍ମ ସମେତ ଆନନ୍ଦ, ଦୁଶମନ, ଅମର ପ୍ରେମ, ବାବର୍ଚି, ଅବତାର, ଅମୃତ ଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଥିଲେ ।

୨୦୧୨ ମସିହାରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଝିଅ ଟ୍ୱିଙ୍କିଲ୍ ଖନ୍ନା ବାପାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରି ଭାବବିହ୍ୱଳ ହୋଇଥିବା ନଜର ଆସିଛି ।

Leave a Reply

Your email address will not be published. Required fields are marked *