ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ବେବିକର୍ଣ୍ଣ ଚିଲି

(ଓଡିଶା ଟାଇମ୍) :ଆପଣଙ୍କ ଘରକୁ କେହି ଗେଷ୍ଟ ଆସିବା ସମୟରେ କିମ୍ବା ଅନ୍ୟ ଖାସ ସମୟରେ କେଉଁ ବ୍ୟଞ୍ଜନ ପ୍ରସ୍ତୁତ କରିବେ ତାହାକୁ ନେଇ ଆମେ ବେଳେ ବେଳେ ଚିନ୍ତାରେ ପଡ଼ିଯାଉ । ତେବେ ଗେଷ୍ଟ କିମ୍ବା ପରିବାର ଲୋକଙ୍କୁ ଚଟପଟା ବ୍ୟଞ୍ଜନ ଖୁଆଇବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ବେବିକର୍ଣ୍ଣ ଚିଲି ।

ବେବିକର୍ଣ୍ଣ : ୨୦୦ଗ୍ରାମ

ମଇଦା: ୨୫ଗ୍ରାମ

ଆରାରୁଟ ପାଉଡ଼ର: ୨୫ଗ୍ରାମ

ତେଲ: ୫୦୦ ମିଲି

ଲଙ୍କା: ୨ଟି

ପିଆଜ: ୨ଟି

ଲୁଣ: ସ୍ୱାଦ ଅନୁସାରେ

ତେଲ: ଆବଶ୍ୟକତା ଅନୁସାରେ

ସିମଲା ଲଙ୍କା: ୧୦୦ଗ୍ରାମ

ଚିଲି ସସ୍‌: ୩ଛୋଟୋ ଚାମଚ

ଅଦାରସୁଣ ପେଷ୍ଟ: ୧ ଚାମଚ

ରାଶି: ଅଳ୍ପ

ପ୍ରସ୍ତୁତ ପ୍ରଣାଳୀ: ବେବିକର୍ଣ୍ଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ସେଥିରେ ଆରାୁଟ, ମଇଦା ଓ ଲୁଣ ପକାଇ ଗୋଳାନ୍ତୁ । ଏହା ପରେ ପିଆଜ ଓ ସିମଲା ଲଙ୍କା, ଲଙ୍କା ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ । ଗ୍ୟାସ ଅନ କରି ଏକ କଢେଇରେ ତେଲ ଗରମ କରି ସେଥିରେ ଗୋଳା ହୋଇଥିବା ବେବିକର୍ଣ୍ଣକୁ ଛାଣି ଦିଅନ୍ତୁ । ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଛାଣନ୍ତୁ । ଏହାପରେ ପୁଣି କଢେଇ ବସାଇ ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ସେଥିରେ ଅଦାରସୁଣ ପେଷ୍ଟ ପକାଇ ଭାଜିବା ପରେ ପିଆଜ, ସିମଲା ଲଙ୍କା ଓ ଲଙ୍କାକୁ ପକାଇ ଅଳ୍ପ ଭାଜନ୍ତୁ । ଏହାପରେ ସେଥିରେ ଏକ କପ ପାଣି ପକାନ୍ତୁ । ସେଥିରେ ସବୁ ସସ ପକାଇ ଫୁଟିବା ପରେ ଲୁଣ ପକାନ୍ତୁ । ସେଥିରେ ବେବିକର୍ଣ୍ଣ ପକାନ୍ତୁ । ବେବିକର୍ଣ୍ଣରେ ସବୁ ସସ୍ ଲାଗିବା ପରେ ପାଣି ଶୁଖେଇ ଦିଅନ୍ତୁ । ସେଥିରେ ରାଶି ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ବାହାର କରିନିଅନ୍ତୁ ଚଟପଟା ବେବିକର୍ଣ୍ଣ ଚିଲ୍ଲି ।

Leave a Reply

Your email address will not be published.