ଲଘୁଚାପ ପ୍ରଭାବରେ ବର୍ଷା : ପଶ୍ଚିମ ଓଡିଶାର ୭ ଜିଲ୍ଲା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) :ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା । ଲଘୁଚାପ ପ୍ରଭାବରେ ବଢିବ ବର୍ଷାର ପରିମାଣ । ପଶ୍ଚିମ ଓଡିଶାର ୭ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୭ ଜିଲ୍ଲା ହେଲା ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡା ଏବଂ ଦେବଗଡ । ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଝଇ ଏହି ଜିଲ୍ଲା ଗୁଡିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଭୁସ୍ଖଳନ, ଅକସ୍ମାକ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମି ଯିବା, ଘର ଭୁଶୁଡିପଡିବା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ, କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରପାଯାଇଛି । ସେହିପରି ମୟୁରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published.