ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଦିନକରେ ପୁଣି ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଲାଣି ୪୦୭ ଜୀବନ
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା । ଦିନକୁ ଦିନ ମହାମାରୀ କରୋନା ଭାଇରସ ପ୍ରଭାବ ବଢ଼ିଚାଲିଛି । ଦେଶରେ ପ୍ରତିଦିନ ଦେଶରେ ଉଦବେଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ ୧୭ହଜାରରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାରତରେ ମଧ୍ୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗତ ୨୪ ଘଣ୍ଟାରେ ୧୭ ହଜାର ୨୯୬ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ଆକ୍ରାନ୍ତ ଚିହ୍ନଟର ରେକର୍ଡ ଭାଙ୍ଗିଛି । ଏହା ସହ ୪୦୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ୪୦୧ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୧୫ ହଜାର ୩୦୧ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨, ୮୫ ହଜାର ୪୩୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୮୯ ହଜାର ୪୬୩ ସକ୍ରିୟ ଅଛନ୍ତି।ଏବେ ୧ ଲକ୍ଷ ୮୯ ହଜାର ୪୬୩ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ପ୍ରାୟ ୧ ଲକ୍ଷ ୫୦ ହଜାର ନିକଟତର ଆକ୍ରାନ୍ତ ଚିହ୍ନଟ ବେଳେ ପ୍ରାୟ ୭ ହଜାର ଜଣଙ୍କ ପ୍ରାଣ ଯାଇଛି ।