ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିର ସଂଖ୍ୟା ବୃଦ୍ଧି କରାଯାଇଛି । ତେବେ  ରାଜ୍ୟରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟାକ ଟେଷ୍ଟିଂ ହୋଇଛି । ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାରରୁ ଅଧିକ ଟେଷ୍ଟ ହୋଇଛି ।

ରାଜ୍ୟରେ ଗୋଟିଏ ଦିନରେ ୫୩ ହଜାର ୪୭୮ ଟେଷ୍ଟ ହୋଇଛି । ୫ ହଜାର ୮୪୯ RT-PCR ଟେଷ୍ଟ, ୪୭ ହଜାର ୫୧୨ ଆଣ୍ଟିଜେନ୍‌ ଏବଂ ୧୧୭ ଟ୍ରୁନାଟ୍‌ ଟେଷ୍ଟ ହୋଇଛି । ସେହିପରି ଆରମଆରସି ୧୪୫୦, ILS ୭୨, ଏମ୍ସରେ ୪୦୯ ,  ଏସ୍‌ସିବିରେ ୨୩୫୯, MKCGରେ ୨୪୯, ଭୀମସାରରେ ୨୧୬ ଟେଷ୍ଟ କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲାରେ ୬୫୬୪,  ମୟୁରଭଞ୍ଜରେ ୩୦୯୩, ସୁନ୍ଦରଗଡରେ ୩୦୦୪, କେନ୍ଦ୍ରାପଡାରେ ୨୭୯୦, କେନ୍ଦୁଝରରେ ୨୭୪୪, ନୟାଗଡରେ  ୨୫୧୬, ବଲାଙ୍ଗିରରେ ୨୨୫୨, କଳାହାଣ୍ଡିରେ ୨୧୪୧ ଟେଷ୍ଟ କରାଯାଇଛି । ଯେତେ ଅଧିକ ଟେଷ୍ଟ ହେବ ସେତେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ସୂଚନା ରହିଛି । ଆଗାମୀ ଦିନରେ ଏହି ଟେଷ୍ଟର ସଂଖ୍ୟା ୧ଲକ୍ଷକୁ ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି  ବୋଲି  ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ କହିଥିଲେ । ତେବେ ଗତ କିଛି ଦିନ ହେଲା ଟେଷ୍ଟର ମାତ୍ରା ବୃଦ୍ଧି ପାଇଛି ।

Leave a Reply

Your email address will not be published.