ରାଜ୍ୟ ପାଇଁ ଭଲ ଖବର, ଆଉ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସମସ୍ତ ଆରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମରୁ ୨୫୮, ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ୱରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗିରରୁ ୧୬, ବରଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଝାରସୁଗୁଡାରୁ ୧୧, ନୟାଗଡରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ମୟୁରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଏବଂ ଦେବଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୬୮୧ ରେ ପହଞ୍ଚିଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୯୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।