ରଥ ନୀତି ଚୂଡ଼ାନ୍ତ: ସକାଳ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଏହି ଅନୁସାରେ ସକାଳ ୩ଟାରେ ମଙ୍ଗଳ ଆଳତି ବା ପ୍ରଥମ ନୀତି ଅନୁଷ୍ଠିତ ହେବ। ଏହା ପରେ ୩ଟା ୧୫ରେ ମଇଲମ ଓ ପରେ ପରେ ତଡ଼ପଲାଗି, ରୋଷ ହୋମ, ଅବକାଶ  ଶେଷ ହେବା ପରେ ସକାଳ ୪ଟା ୪୫ ମିନିଟ୍‌ରେ ସଳର୍ଯ୍ୟ ପୂଜା ହେବ।

ସକାଳ ୫ଟାରେ ଦ୍ଵାରପାଳ ପୂଜା ସରିବା ପରେ ବେଶ ଶେଷ ହୋଇ ସାଢ଼େ ୫ଟାରୁ ୬ଟା ୪୫ ସୁଦ୍ଧା ଗୋପାଳ ବଲ୍ଲଭ ଧୂପ  ଏବଂ ସକାଳ ଖେଚୁଡ଼ି ଭୋଗ ହେବ। ଏହି ସମୟରେ ରଥ ପ୍ରତିଷ୍ଠା ଓ ମଙ୍ଗଳା ଅର୍ପଣ ନୀତି ବାହାରେ ଅନୁଷ୍ଠିତ ହେବ।

ସକାଳ ୭ଟାରେ ଆରମ୍ଭ ହେବ ପହଣ୍ଡି। ସକାଳ ୧୦ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ଲକ୍ଷ୍ୟ ରଖାଯାଇଛି। ଏହି ସମୟରେ ମଦନ ମୋହନଙ୍କ ବିଜେ ହେବା ପରେ ଚିତା ଲାଗି ହେବ। ଦିନ ୧୧ଟା ସୁଦ୍ଧା ବେଶ ସରିବ। ସାଢ଼େ ୧୧ ଭିତରେ ଛେରା ପହଁରା ହେବ। ଏହା ପରେ ଚାରମାଳ ଫିଟା ହୋଇ ଘୋଡ଼ା ଓ ସାରଥୀ ଲାଗୁ ହେବ।

ଦିନ ୧୨ଟା ସୁଦ୍ଧା ରଥଟଣା କାର୍ଯ୍ୟ ଆରମ୍ଭ ହେବାକୁ ସ୍ଥିର କରାଯାଇଛି। ରଥ ଟଣା ସରିବା ପରେ ମହାପ୍ରଭୂଙ୍କ ଅନ୍ୟ ନୀତି ରଥ ଉପରେ ଶେଷ ହେବ।

Leave a Reply

Your email address will not be published. Required fields are marked *