ଆରମ୍ଭ ହେଲା ରଥଟଣା
ପୁରୀ, (ଓଡିଶା ଟାଇମ୍) : ଘଣ୍ଟ କାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଧମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଛେରାପହଁରା ନୀତି । ତିନି ତଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ଶୁଭ୍ରଦାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।
ତେବେ ଛେରାପହଁରା ନୀତି ପରେ ଚାରମାଳ ଫିଟା ଆରମ୍ଭ ହୋଇଛି । ତିନି ରଥରେ ଘୋଡା ଓ ସାରଥୀ ଲାଗି ହେବା ପରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ବଡଦାଣ୍ଡରେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ସାମାଜିକ ଦୂରତା ରକ୍ଷା କରି ରଥ ଟାଣୁଛନ୍ତି ସେବାୟତମାନେ । ଏବର୍ଷ ୫୦୦ରୁ ଅଧିକ ଲୋକ ରଥ ଟାଣିପାରିବେ ନାହିଁ ବୋଲି କୁହାଯାଇଛି ।
କରୋନା କଟକଣା ପାଇଁ ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା। ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି। ସମସ୍ତେ ଅଗଣିତ ଭକ୍ତ ଅନେଇ ରହିଥିବା ଠାକୁରଙ୍କ ରଥଟଣା ମଧ୍ୟ ଆରମ୍ଭ ହୋଇଯାଇଛି ।