ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍ : ଖାରବେଳ ସ୍ବାଇଁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍ । ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ । ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖୁଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ । ରଥଯାତ୍ରା ହେଲେ ସାରା ବିଶ୍ବକୁ ଭୁଲ ସନ୍ଦେଶ ଯିବ । ଅନ୍ୟ ଧର୍ମର ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଛି । ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବା ଜରୁରୀ ବୋଲି ଖାରବେଳ କହିଛନ୍ତି । ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରା ବନ୍ଦ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ସେ କହିଥିଲେ ଏହି ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ । ଯାହା ଆଶଙ୍କା ହେଉଥିଲା ଯେ ଚକ୍ରାନ୍ତି ଓ ଷଡ଼ଯନ୍ନ ଚାଲିଛି । ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଥିଲେ । ସେହିଭଳି କଂଗ୍ରେସ ନେତା ସୁର ରାଉରାୟ ମଧ୍ୟ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ ।

Leave a Reply

Your email address will not be published.