ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

ଦୈହିକ ଅସୁସ୍ଥତା ସଙ୍ଗକୁ ମାନସିକ ଶିଥିଳତା ନିରୁତ୍ସାହତା ସୃଷ୍ଟି କରିବ । ଅଟକି ରହିଯାଇଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେବେ । ଆତ୍ମୀୟ ସ୍ୱଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବୃଷ

ଅଟକି ରହିଥିବା କାମ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଆପଣଙ୍କ ପ୍ରଶଂସା ଓ ପ୍ରତି ।କୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି । ସବୁ କାମରେ ଆଗୁଆ ରହିବାରୁ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

ମିଥୁନ

ଦିନଭିତରେ ଯେତିକି ଅର୍ଥ ପାଇବେ ତାହା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅନ୍ୟମାନଙ୍କ କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ

ସମସ୍ୟା ରହିଲେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ସାନ୍ତ୍ୱନା ପ୍ରଦାନରେ ସହାୟକ ହେବ । ଆପଣଙ୍କୁ କୌଣସି ବନ୍ଧୁ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟିଜନିତ ମାନସିକ ଦ୍ୱନ୍ଦ୍ୱର ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ସିଂହ

ଅର୍ଥସଂକଟ କେତେକ ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ତରାୟ ସୃଷ୍ଟି କରିବ । କୌଣସି ସମ୍ପର୍କୀୟାଙ୍କ ସହ ଉଚ୍ଚବାଚ୍ଚ ଜନିତ କଳହର ସୂଚନାକୁ ଏଡି ହେବ ନାହିଁ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖୀ ହେବେ ।

କନ୍ୟା

ନିଜ ଲୋକଙ୍କ ତରଫରୁ କିମ୍ବା ପାଖପଡୋଶୀଙ୍କ ବାକ୍ୟବାଣରେ ଅତି ହୋଇପାରନ୍ତି । ରୋଗୀଣା ସ୍ୱାସ୍ଥ୍ୟରେ ସାମାନ୍ୟ ବଥତିକ୍ରମ ଦେଖା ଦେଇପାରେ । ହସ୍ତା ନକ୍ଷତ୍ର ପାଇଁ ଦିନଟି ଅନୁକୂଳ ରହିବ , ଅର୍ଥ ଓ ସମ୍ମାନ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସ୍ୱାଭିମାନୀ ହେବେ ।

ତୁଳା

ଭଲ ଓ ମନ୍ଦର ମିଶ୍ରିତ ଫଳାନୁଭୂତି ମଧ୍ୟରେ ଦିନଟି କଟିବ । ଯେତିକି ଆଶା ଓ ଆଗ୍ରହ ନେଇ ବନ୍ଧୁଙ୍କ କାମରେ ବାହାରିଥିଲେ ଫେରିବା ବେଳକୁ ଆଉ ତାହା ନ ଥିବ । ବୈଷୟିକ କ୍ଷେତ୍ରରେ ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା

ଏକ ଭିନ୍ନ ପରିବେଶରେ ପରିସ୍ଥିତି ବଦଳିଯିବ, ଯାହା କି ଆପଣଙ୍କ ସକାଶେ ରୁଚିକର ହୋଇପାରେ । ଯେତେ କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ଧନୁ

ଭାଙ୍ଗି ପଡିଥିବା ସମ୍ପର୍କକୁ ପୁନଃ ଯୋଡିବା ସକାଶେ ଚେଷ୍ଟା କରି କିଛି ଲାଭ ପାଇବେ ନାହିଁ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସାମଧାନ ଆଶା ମଉଳି ଯାଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମକର

କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଭାବାବେଗକୁ ରୋକିପାରିବେ ନାହିଁ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକଲିପ ସହିବାକୁ ପଡିବ । ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

କୁମ୍ଭ

ନିଜର ବ୍ୟବହାରରେ ସଂ୍‌ମତା ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ଗତକାଲିର କୌନସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ । ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରନ ହେଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୁଖଭାରା ଦିନଟି ।

ମୀନ

ପ୍ରତ୍ୟେକ ଦିଗରୁ ସମୟ ଅନୁକୂଳ ରହିଲେ ମଧ୍ୟ ଆର୍ଥିକ ଅନଟନ ଓ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

Leave a Reply

Your email address will not be published.