ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

ଆକସ୍ମିକ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିବ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ବୃଷ

ଆଜିର କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ଏଣୁ ଯାହା କିଛିି କହିବେ ଭାବିଚିନ୍ତି କହିବା ଓ କରିବା ଭଲ ହେବ । ପ୍ରତ୍ୟେକ କ୍ଷେତ୍ରରେ ବଡ ଭାଇପଣିଆ ଦେଖାଇଲେ ଭଲ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ

ବହୁ ବିଳମ୍ବରେ ସତ୍ତ୍ୱେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ନ ହେବାରୁ ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ । ଜଣାଶୁଣା ବ୍ୟକ୍ତିଙ୍କ ସହାୟତାରେ ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ

ଆଜି ସକାଳୁ ସକାଳୁ ହଠାତ୍ ବନ୍ଧୁଙ୍କ ଡାକରା ପାଇ ଦୂରଯାତ୍ରା କରିବାକୁ ପଡିପାରେ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ତରରେ ବିଚଳିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ

କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣ ଖାଇବା ପିଇବାରେ ଅବହେଳା କରି ନିଜର ସ୍ୱାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ, ମାତ୍ର ସାମାନ୍ୟ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା

ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ସମସ୍ୟାର ସରଳ ସମାଧାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ ସମ୍ପନ୍ନ କରିପାରନ୍ତି । ପୂର୍ବାଲୋଚନା ଅନୁଯାୟୀ ବନ୍ଧୁ କଥା ମାନି କାମ କଲେ ସୁବିଧାରେ କାର୍ଯ୍ୟ ହୋଇଯିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ତୁଳା

ନିଜର ଅବହେଳା କାରଣରୁ କିମ୍ବା ଅସାବଧନତା ଜନିତ ଦ୍ରବ୍ୟନଷ୍ଟ କିମ୍ବା ଧନ ହାନି ଘଟିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବିଛା

ଆଜି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନ୍‌ସନ ଲାଗି ରହିବ । ଆଖି ନ ଦେଖା କଥାକୁ ବିଶ୍ୱାସ କରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ଧନୁ

ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା କାରଣରୁ ପରିବାରରେ ସୁଖ ଶାନ୍ତି ଫେରି ଆସିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମକର

କର୍ମକ୍ଷେତ୍ରରେ ଦୃଢ ପଦକ୍ଷପ ନେଇ ପ୍ରତ୍ୟେକ କାମକୁ ସହଜରେ ସମାପନ କରିପାରିବେ । ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଥିବା ଟଙ୍କା ଫେରିପାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ମୁଣ୍ଡ ବ୍ୟଥା ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
କୁମ୍ଭ – କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅଣହେଳା କରିପାରିବେ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ସମାରୋହ, ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମୀନ

କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବାରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ । ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲି ଯିବାର ସୁଯୋଗ ଲାଭ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

Leave a Reply

Your email address will not be published.