ଆଜି ଅଗଷ୍ଟ ୦୫ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ

ଲକ୍ଷ୍ୟ ହାସଲରେ ସକ୍ଷମ ଓ ନାନାବିଧି ସମ୍ମାନର ଅଧିକାରୀ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାନବାହନ ସୁଖ ମିଳିପାରେ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।

ବୃଷ

ପରିଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବ୍ୟବସାୟ ଲାଭଜନକ ହୋଇପାରେ । ସରକାରୀ ଅର୍ଥ ମିଳିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ମିଥୁନ

ସେବା ମନୋଭାବାପନ୍ନ ଓ ଧନବାନ୍ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

କର୍କଟ

ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ଦୁର୍ବଳ ରହିବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଚୌରଭୟ ରହିଛି । ସରକାରଙ୍କ କୋପ ଦୃଷ୍ଟିର ସମ୍ମୁଖୀନ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ କିଛି ଲାଭ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।

ସିଂହ

ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ପାରିବାରିକ ସ୍ନେହ, ପ୍ରୀତି ଅକ୍ଷୁଣ୍ଣ ରହିବ । ଅଧସ୍ତନ ବ୍ୟକ୍ତିଙ୍କ ଉପରେ ପ୍ରଗାଢ ବିଶ୍ୱାସ ରହିବ । ସ୍ୱର୍ଣ୍ଣାଦି ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

କନ୍ୟା

ନିଜ କର୍ମ ଉପରେ ସାନ୍ନିଧ୍ୟ ପାଇ ଖୁସି ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପ୍ରତି । ବୃଦ୍ଧି ହେବାର ସୂଚନା ମିଳୁଛି । ସୁଖ ଶାନ୍ତିରେ ସମୟ ଅତିବାହିତ ଏବଂ କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ତୁଳା

କନ୍ୟା, ପୁତ୍ର, ପୌତ୍ର, ପୌତ୍ରାଦି ଲାଭ କରିପାରନ୍ତି । ଶତ୍ରୁନାଶ କରି ଧନ ଭୋଗ କରିବାର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମନରେ ଉଦ୍‌ବେଗ ଜାତ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

ବିଛା

ସମ୍ମାନିତ ଓ ଶତ୍ରୁ ଦମନ କରି ବିଜୟୀ ହେବେ । ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ଶୁଭ ଖବର ପାଇ ଖୁସି ସହ ଆଶା ଫଳବତୀ ହେବ । ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ଧନୁ

କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । କୁଶଳ ସମାଚାର ପାଇ ଆନନ୍ଦିତ ଓ ସକଳ ଗୁଣର ଆଧାର ହୋଇପାରନ୍ତି । ଯଶସ୍ୱୀ ଏବଂ ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର

ଯୋଗାଯୋଗ ଫଳଦାୟକ ହେବ । ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ତ୍ୟାଗଶୀଳ ହେବେ । ନୀତିନି ହୋଇପାରନ୍ତି । ବିବିଧ ଧନର ଅଧିକାରୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ଚୌର ଭୟ ଅଛି ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।

କୁମ୍ଭ

ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆୟର ମାର୍ଗ ଉନ୍ମୁକ୍ତ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ଧନବାନ୍‌, ଗୁଣଯୁକ୍ତ ଓ ଉପାର୍ଜନକାରୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖୀ ହେବେ ।

ମୀନ

ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶାନ୍ତ, ନିପୁଣ ଓ ମେଧାବୀ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ବିଦ୍ୱାନ ଓ ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

Leave a Reply

Your email address will not be published. Required fields are marked *