ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ବିଭିନ୍ନ ସମସ୍ୟା ହେତୁ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡିବ । ଆର୍ଥିକ କ୍ଷେତ୍ରରେ ଆଜି ପାଇବେ ଯେମିତି ଓ ଯତେିକି, ଖର୍ଚ୍ଚ ମଧ୍ୟ କରିବେ ସେମିତି । ସତର୍କତା ଅଭାବରୁ ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି କିମ୍ବା ଭିନ୍ନ ରୂପ ନେଇପାରେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୪ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବୃଷ
ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ, କିନ୍ତୁ ତର୍କ ଅନର୍ଥର କାରଣ ପାଲଟି ଯାଇପାରେ । ମନେ ମନେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିବ । ବିବାଦୀୟ ଘଟଣା ଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ମିଥୁନ
ଗ୍ରହସ୍ଥିତି ପ୍ରତିକୂଳତା ହେତୁ ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଅନୂମନସ୍କତା କାରଣରୁ ଦରକାରୀ କାଗଜପତ୍ର କିମ୍ବା ସୁନା ଜିନିଷ ହଜିଯିବାର ଆଶଙ୍କା ରହିଛି । ଆର୍ଦ୍ରା ନକ୍ଷତ୍ର ଯେଉଁ କାମରେ ହାତ ଦେବେ ସଫଳତା ଅର୍ଜନ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
ଗୃହିଣୀ- ସୁଖୀ ହେବେ ।
କର୍କଟ
ଆଜି ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମନୋବଳ ବୃଦ୍ଧି ପାଇବ । ସାଧାରଣ କଥାରେ ବନ୍ଧୁ ମୁହଁ ଫଣଫଣ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ସିଂହ
ଆଜି ସତର୍କରେ ନ ରହିଲେ ଅର୍ଥ ହାନି ସାଙ୍ଗକୁ କଳହର ସମ୍ମୁଖୀନ ହୋଇପାରନ୍ତି । ସମସ୍ୟାଗ୍ରସ୍ତ କରିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟୀମାନେ ବିଶେଷଭାବେ ପରିବହନ, ମନୋରଞ୍ଜ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
ଗୃହିଣୀ- ମିତ୍ର ସୁଖ ପାଇବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।
ଚାଷୀ- କାର୍ଯ୍ୟ ମନ୍ଥର ହେବ ।
କନ୍ୟା
କଥା କଥାକେ ସାହାର୍ଯ୍ୟରେ ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ସାମ୍ନାକୁ ଆସିବ ନାହିଁ । ଆତ୍ମୀୟସ୍ୱଜନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢିପାରେ । ଆଇନ ଅଦାଲତରୁ ସୁଫଳ ପାଇବେ ଓ ବିଜୟଲାଭର ଆଶା ମଧ୍ୟ କରାଇଯାଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଚକ୍ଷୁରେ ପୀଡା ହେବ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- କାର୍ଯ୍ୟ ମନ୍ଥର ହେବ ।
ତୁଳା
ବିଭିନ୍ନ ଯୋଜନାର କାମ ହାତକୁ ନେବେ ଏବଂ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ । ଆନୁ ।ନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାର୍ଯ୍ୟ କରିବେ, ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବା ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ର କରି ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବିଛା
ଉଚ୍ଚ ଆଶା ଧରି ଆଗେଇବା ପାଇଁ ଚେଷ୍ଟା କଲେ ମଧ୍ୟ ସଫଳତା ପାଇପାରିବେ ନାହିଁ । ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ମଧ୍ୟ ରହିଛି । ଜମିଜମା, କଳିତକରାଳ,ଗୃହସୀମା ପ୍ରକୃତି ସମ୍ପର୍କୀୟ ବିବଦମାନ ସ୍ଥିତିରୁ ସହସା ନୁକ୍ତି ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ଧନୁ
ପାରିପାଶ୍ୱିର୍କ ପରିସ୍ଥିତି ପ୍ରତି ସଜାଗ ରହି କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟ୍ରିକ୍ ଜନିତ କଷ୍ଟ ପାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଗୃହିଣୀ- ସୁଖଭାରା ଦିନଟି ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ମକର
ଜଣାଶୁଣା କେହି ବ୍ୟକ୍ତି ପ୍ରତିବାଦ କରି କାମ ହାସଲରେ ବିଘ୍ନ ଘଟାଇପାରନ୍ତି । ପାରିବାରିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ । କାର୍ଯ୍ୟ ଦକ୍ଷତା ହେତୁ ନିଜ ପରିସରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
କୁମ୍ଭ
ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ ଶତଭିକ୍ଷା ନକ୍ଷତ୍ର ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।
ମୀନ
ଆଜି ପାରିବାରିକ ସ୍ଥିରତା ରକ୍ଷାରେ ଅସମର୍ଥ ହେବେ । ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ ଲାଭ ହେବନି । ବହୁତ ଦିନରୁ ମନେ ମନେ ଖୋଜୁଥିବା ଲୋକଟିର ଖବର ଆଜି ସାୟାହ୍ନେ ପାଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।