ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କରିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ । ପିଲାମାନଙ୍କ ବିଶୃଙ୍ଖଳିତ ଚଳଣି ଅସନ୍ତୋଷର କାରଣ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।
ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ବୃଷ

ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ

ଆକସ୍ମିକ କଳହ ସୃଷ୍ଟି କାରଣରୁ ନିଜ ଲୋକମାନେ ଦୂରେଇ ଯିବାର ସମ୍ଭାବନା ରହିଛି । ରୋଗପୀଡା, ଶତ୍ରୁତା ଓ ଧାର କରଜ ଚିନ୍ତାକୁ ବଢାଇବ । ଅବଶ୍ୟ କର୍ମକ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି – କାମଟି ହଠାତ୍ ହୋଇଯିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କର୍କଟ

ପୂର୍ବ ବିବାଦକୁ ନେଇ ନିଜର ଲୋକମାନେ ଶତ୍ରୁତା କରିପାରନ୍ତି । ପୁଷ୍ୟା ନକ୍ଷତ୍ର ସକାଶେ ଧନହାନି କିମ୍ବା ଅର୍ଥକୁ କେନ୍ଦ୍ର କରି କଳହର ମାତ୍ରା ବଢି ଯାଇପାରେ । ଯୁ୍‌କ୍ତିତର୍କ ହେତୁ ସଭାରେ ଆଲୋଚନା ଅସମାପ୍ତ ରହିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।

ସିଂହ

କର୍ମଜଞ୍ଜାଳ ପ୍ରଭାବରୁ ଆଜି ଆପଣ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହିପାରିବେ ନାହିଁ । ପରିଜନଙ୍କ ସ୍ୱାସ୍ଥ୍ୟହାନି ଜନିତ ମନ ଉଦ୍‌ବେଗ ରହିବ । ଷ୍ଟେସନେରି ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଶ୍ରମ ସାର୍ଥକ ହେବ ।

କନ୍ୟା

ବାକି କାମଗୁଡିକ ସାରିବା ସକାଶେ ଅସାମର୍ଥ୍ୟତା ପ୍ରକାଶ ପାଇବ । ହିତକାଂକ୍ଷୀଙ୍କ ସାହାର୍ଯ୍ୟରୁ ପାରିପାଶ୍ୱିର୍କ ପରିସ୍ଥିତି ଭଲ ରହିପାରେ । ଆନୁ ।ନିକ କାମ,କଳା,ସାହିତ୍ୟ,ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ନିର୍ଭରଶୀଳ ହେତୁ ଚିନ୍ତାକୁଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ତୁଳା

ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମଗୁଡିକ ଗୋଳମାଳିଆ ଧରିପାରେ । ବିଭିନ୍ନ ପ୍ରକାର ଅସୁବିଧା ହେତୁ ବହୁ ଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ବିବାଦୀୟ ଘଟଣାରେ ବିଜୟଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଚାଷୀ- ମୁଣ୍ଡରେ ପଗଡି ବାନ୍ଧନ୍ତୁ ।

ବିଛା

ମନରେ ବିଭିନ୍ନ ପ୍ରକାର ଭାବନା ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା , ଅଧ୍ୟାତ୍ମିକ ସବା ସମିତିରେ ପ୍ରଶଂସିତ ହେବେ । ଅତୀତ କଥାକୁ କେନ୍ଦ୍ର କରି ଯୁକ୍ତିତର୍କଜନିତ ବନ୍ଧୁ ସମ୍ପର୍କ ଛିନ୍ନ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ

ସହନଶୀଳତା ଅଭାବଜନିତ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହ ଜନକ ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମକର

ଆଜିର କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହର କରିବେ । ଆନୁ ।ନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ପଦସ୍ଥବ୍ୟକ୍ତିଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବାର ସୂଚନା ମଧ୍ୟ ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ସାଙ୍ଗରେ ପାଣି ନେଇ ବାହାରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ଧାର୍ମିକ ହେବେ ।

କୁମ୍ଭ

ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବାର ସୂଚନା ବହୁ ଆଗରୁ ପାଇବେ । ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ସତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ପ୍ରକାର ଝମେଲା ହେତୁ ବ୍ୟସ୍ତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ମୀନ

ସାମୟିକ କୌଣସି ଜିନିଷର ଅଭାବଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଘର କଥା ମନକୁ ବାରମ୍ବାର ଆଲୋଡନ କରିବାରୁ ଅଶାନ୍ତ ରହିପାରନ୍ତି । ଆଜିର ବାଣିଜ୍ୟ,ବ୍ୟବସାୟ ଓ ପରିବହନ କିଛି ମନ୍ଦ ହେବନି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *