ଜୁନ୨୨ ରାଶିଫଳ: ଜାଣନ୍ତୁ ପେସା ଅନୁସାରେ କ’ଣ କହୁଛି ଆପଣଙ୍କ ରାଶି
ମେଷ
କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି । ଧନାଗମ ହେବ । ସ୍ୱ ଅର୍ଜିତ ଧନ ଭୋଗ କରିବେ । କ୍ଷେତ୍ରପତି ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
- ଚାଷୀ- ଶ୍ରମ ସାର୍ଥକ ହେବ ।
- ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
- ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
- କର୍ମଜୀବୀ- ପ୍ରଶଂସିତ ହେବେ ।
- ବ୍ୟବସାୟୀ- ଅର୍ଥ ଲାଭ ହେବ ।
- ଗୃହିଣୀ- ସୁଖଭାରା ଦିନଟି ।
ବୃଷ
ନାନା ବିଭବରେ ମଣ୍ଡିତ ହେବେ । ବିଷୟା-ବାସନା ପ୍ରତି ଅନୁରକ୍ତି ରହିବ । ଧାର୍ମିକ ପ୍ରବୃତ୍ତିର ହେବେ । ଶ୍ରେଷ୍ଠ ପଦ-ପଦବୀ ପାଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
- ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
- ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
- କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
- ବ୍ୟବସାୟୀ- ସଫଳତା ମିଳିବ ।
- ଗୃହିଣୀ- ପରକୁ ଆପଣାର କରିବେ ।
- ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ମିଥୁନ
ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି । ବନ୍ଧୁମାନେ କରଛଡା ଦେଇପାରନ୍ତି । ରାଜତୁଲ୍ୟ ଜୀବନଯାପନ କରି ସନ୍ତୁଷ୍ଟ ହେବେ । ବିବାଦୀୟ ବିତର୍କରେ ଭାଗ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
- ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
- ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
- ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
- କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
- ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
- ଗୃହିଣୀ- ମିତ୍ର ସୁଖ ପାଇବେ ।
କର୍କଟ
ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ସହିତ ସମ୍ମାନିତ ହୋଇପାରନ୍ତି । ସତ୍ୟବାଦୀ ହେବେ । ଆପଣଙ୍କ ବକ୍ତବ୍ୟ ଜନମନରଞ୍ଜନ କରିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
- ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
- ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
- ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
- କର୍ମଜୀବି- ପ୍ରମୋସନ୍ ମିଳିବ ।
- ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
- ଗୃହିଣୀ- ଧାର୍ମିକ ହେବେ ।
ସିଂହ
ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କୃଷି ଉପରେ ପ୍ରାଧାନ୍ୟ ଦେଇପାରନ୍ତି । ଶ୍ରେଷ୍ଠ ସୁଖର ଅଧିକାରୀ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
- ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
- ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
- ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
- କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
- ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
- ଗହିଣୀ- ସଦିଚ୍ଛା ଭାବ ରହିବ ।
କନ୍ୟା
କର୍ମକ୍ଷେତ୍ରରେ ବାଜିମାରି ନେଇପାରନ୍ତି । ଆୟ ଆଶାନୁରୂପ ହେବ । ମହତପଣିଆ ବଜାୟ ରଖିବେ । ବନ୍ଧୁ, ସନ୍ତାନ ଓ ପ୍ରଣୟିନୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
- ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
- କର୍ମଜୀବୀ- ପ୍ରଶଂସିତ ହେବେ ।
- ବ୍ୟବସାୟୀ- ଅର୍ଥ ଲାଭ ହେବ ।
- ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
- ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
- ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ତୁଳା
ମହତ କାର୍ଯ୍ୟ କରିବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡିବ । ରିଷ୍ଟ ଖଣ୍ଟନ ପାଇଁ ସେବା-ପୂଜାରେ ମଗ୍ନ ହୋଇପାରନ୍ତି । ସନ୍ମାର୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
- ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
- ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
- କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
- ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
- ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
- ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ବିଛା
ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
- ଚାଷୀ- ଜଳ ସଞ୍ଚୟ କରନ୍ତୁ ।
- ରୋଗୀ- ସୁସ୍ଥ ଅନୁଭବ କରିବେ ।
- ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
- କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
- ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
- ଗୃହିଣୀ- ସୁଖ ଅନୁଭବ କରିବେ ।
ଧନୁ
ସ୍ୱ ଜ୍ଞାନ, ଗରିମା ବଳରେ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
- ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
- ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
- ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
- କର୍ମଜୀବୀ- ପ୍ରଶଂସିତ ହେବେ ।
- ବ୍ୟବସାୟୀ- ଅର୍ଥ ହାନୀ ହେବ ।
- ଗୃହିଣୀ- ସୁଖୀ ହେବେ ।
ମକର
ପଢାପଢିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
- ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
- ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
- ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
- କର୍ମଜୀବୀ- ଅର୍ଥ ମିଳିବ ।
- ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
- ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
କୁମ୍ଭ
କାର୍ଯ୍ୟ ଧୀରେ, ସୁସ୍ଥେ ଆଗକୁ ବଢିବ । ଶ୍ରମର ମୂଲ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
- ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
- ଗୃହିଣୀ- ମିତ୍ର ସୁଖ ପାଇବେ ।
- କର୍ମଜୀବି- ଜଳଯାତ୍ରା ମନା ।
- ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
- ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
- ଚାଷୀ- ଶ୍ରମ ସାର୍ଥକ ହେବ ।
ମୀନ
ନିଜ ବୁଦ୍ଧି ବଳରେ ଯେଉଁ କାର୍ଯ୍ୟ କରିବେ, ସେଥିରେ ଅପୂର୍ବ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।