ଜୁନ୍-୮ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ଜୁନ୍ ୮ ତାରିଖ, ସୋମବାର। ଜାଣନ୍ତୁ ସ୍ଥଳ ବିଶେଷରେ ଆପଣଙ୍କ ରାଶିଫଳ ଆକଳନ।
ମେଷ
ଆଜି ଅଷ୍ଟମ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କାହା ପାଇଁ କେମିତି
ଚାଷୀ- ଜଳବାୟୁ ଉପରେ ସତର୍କ ରୁହନ୍ତୁ ।
ରୋଗୀ- ଦେହ ଖରାପ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ପ୍ରାପ୍ତି ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବୃଷ
ନୀଚସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାରେ ସମ୍ୟକ୍ ସୂଚନା ରହିଛି । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭ ରଙ୍ଗ ହଳଦି । ଶୁଭ ଅଙ୍କ ୬ ।
କାହା ପାଇଁ କେମିତି
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଦେହ ସୁସ୍ଥ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଟେନ୍ସନ୍ରେ ରହିବେ ।
ବ୍ୟବସାୟୀ- ଅର୍ଥ ମିଳିବ ।
ଗୃହିଣୀ- ସୁଖ-ସୌଭାଗ୍ୟ ଭୋଗ କରିବେ ।
ମିଥୁନ
ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଋଣ ପରିଶୋଧ କରିବା ସକାଶେ ବିିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
କାହା ପାଇଁ କେମିତି
ଚାଷୀ- କୃଷିବିଭାଗରୁ ଭଲ ବିହନ ଆଣନ୍ତୁ ।
ରୋଗୀ- ପାଗ ପରିବର୍ତ୍ତନ ପାଇଁ ଦେହ ଅସୁସ୍ଥ ହୋଇପାରେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍କଟ
ବକ୍ରୀ ଶୁକ୍ରଙ୍କ କାରଣରୁ ପରିବାରର କେତେକ ବ୍ୟତିକ୍ରମ କଥାକୁ ନେଇ ଚିନ୍ତିତ ରହିବେ । ସାଧାରଣ କଥାକୁ ବଡ କରି କଳହର ମାତ୍ରାକୁ ବଢାଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।
କାହା ପାଇଁ କେମିତି
ଚାଷୀ- କିଛି ଦିନ ଜଳବାୟୁ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ପ୍ରାପ୍ତ ହେବ ।
ଗୃହିଣୀ- ପିଲାମାନଙ୍କ ପାଇଁ ଚିନ୍ତାରେ ରହିବେ ।
ସିଂହ
କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ପିଲାମାନଙ୍କୁ କେନ୍ଦ୍ର କରି କୌଣସି ସମସ୍ୟା ଆସିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
କାହା ପାଇଁ କେମିତି
ଚାଷୀ- କୃଷି ବିଭାଗ ସହ ସଂପର୍କ ରଖନ୍ତୁ ।
ରୋଗୀ- ରୋଗ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ବନ୍ଧୁ ସହ-ଯୋଗ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଦେହ ସୁସ୍ଥ ରହିବ ।
କନ୍ୟା
ଅତୀତର କୌଣସି ଘଟଣାବଳୀକୁ କେନ୍ଦ୍ର କରି ମନରେ ଅବାଗତ ଭୟ ଓ ଆଶଙ୍କା ସୃଷ୍ଟି ହେବ । ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
କାହା ପାଇଁ କେମିତି
ଚାଷୀ- ଚାଷ କାର୍ଯ୍ୟ ପାଇଁ ଚିନ୍ତିତ ରହିବେ ।
ରୋଗୀ- ଚର୍ମ ରୋଗ ପାଇଁ ଚିନ୍ତିତ ରହିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ଭାର ବଢିବ ।
ବ୍ୟବସାୟୀ- ସଫଳତା ପାଇବେ ।
ଗୃହିଣୀ- ପୂଜା ପାଠରେ ମନ ଦେବେ ।
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟି କୋଣ ବଦଳି ଯାଇପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବା ପରି ଆଶଙ୍କା ଦେଖା ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
କାହା ପାଇଁ କେମିତି
ଚାଷୀ- କିଟନାଶକ ଔଷଧ ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- କିଛି ଦିନ ପାଇଁ ସଜାଗ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନ ମିଳିବ ।
ବ୍ୟବସାୟୀ- ସହଯୋଗକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବିଛା
ରାଶିରେ ଦୁର୍ବଳତା ପ୍ରଭାବରୁ ଦୁର୍ଭାବନା ଜନିତ ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଡା ଗୋଳେଇଘାଣ୍ଟି ଲାଗିବ । ଅନ୍ୟ କଥାରେ ଭାସି ନ ଯାଇ ଲୋକଙ୍କୁ ପରଖି ଯାହା କରିବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।
କାହା ପାଇଁ କେମିତି
ଚାଷୀ- ଚାଷ କାର୍ଯ୍ୟରେ ପାଇଁ ସଜାଗ ରୁହନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସହ-ଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
ଧନୁ
ଧନସ୍ଥାନସ୍ଥ ବଳବାନ୍ ଶନି ହେତୁ ଜମା ଅଭାବ ଅନୁଭବ କରିପାରିବେ ନାହିଁ । ଯେତେବେଳେ ଯାହା ଚାହିଁବେ ତାହା ପାଇପାରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
କାହା ପାଇଁ କେମିତି
ଚାଷୀ- କିଟ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସୁସ୍ଥ ରହିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବିି- କାର୍ଯ୍ୟ ବଢିବ ।
ବ୍ୟବସାୟୀ- ଅସଫଳ ହେବେ ।
ଗୃହିଣୀ- ଧର୍ମ କାର୍ଯ୍ୟ କରିବେ ।
ମକର
ଘର ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ ହୁଅନ୍ତୁ, ସଭିଏ ଆପଣଙ୍କ କଥାକୁ ମାନି ଚଳିବେ । କର୍ମକ୍ଷେତ୍ରରେ ସାମସ୍ୟାରୁ ମୁକୁଳି ଯାଇ ପାରନ୍ତି । ଶୁଭ ରଙ୍ଗ ଧାଳା । ଶୁଭ ଅଙ୍କ ୯ ।
କାହା ପାଇଁ କେମିତି
ଚାଷୀ- ସଠିକ୍ ପରାମର୍ଶ ପାଇଁ କୃଷି ବିଭାଗ ସହ ସଂଯୋଗ ରଖନ୍ତୁ ।
ରୋଗୀ- ସାମନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ – ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ପ୍ରାପ୍ତି ହେବ ।
ବ୍ୟବସାୟୀ- ସୁଯୋଗ ହାତ ଛଡା ହୋଇଯିବ ।
ଗୃହିଣୀ- ସୁଖୀ ରହିବେ ।
କୁମ୍ଭ
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
କାହା ପାଇଁ କେମିତି
ଚାଷୀ- ଜଳସଞ୍ଚୟ କରନ୍ତୁ ।
ରୋଗୀ- ସୁସ୍ଥ ରହିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଣ୍ଠୁବଥା ହୋଇପାରେ ।
ମୀନ
କେତୁଙ୍କ କୁପ୍ରଭାବରୁ କର୍ମକ୍ଷତ୍ର ସକାଶେ ସାମୟିକ ଚିନ୍ତିତ ରହିବେ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍ ହୋଇଯିବ । ଲେଖାପଢାରେ ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩।
କାହା ପାଇଁ କେମିତି
ଚାଷୀ- କୃଷି ବିଭାଗ ସହ ସଂଯୋଗ ରଖନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- କର୍ମରେ ସଫଳତା ମିଳିବ ।
ବ୍ୟବସାୟୀ- ସୁଯୋଗ ହାତ ଛଡା ହୋଇଯିବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।
ପ୍ରସ୍ତୁତି: ତ୍ରିନନ୍ଦନ ମିଶ୍ର, ମୋବାଇଲ୍ ନମ୍ବର:7539862184/7440122569