ବିରଳ ପ୍ରଜାତିର କଇଁଛ ଉଦ୍ଧାର
ଭଦ୍ରକ, (ଓଡିଶା ଟାଇମ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀଗଣ ଗାଁରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର । ସୁନେଲି ରଙ୍ଗର କଇଁଛଟିକୁ ଉଦ୍ଧାର କରାଯାଇଛି । କସ୍ତୁରୀଗଣ ସ୍କୁଲ ନିକଟରେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛଟିକୁ ତାଙ୍କ କ୍ବାର୍ଟର ନିକଟରୁ ପାଇଥିଲେ ।
କଇଁଛଟିର ଓଜନ ୨ କେ.ଜି. ହେବ । ଏହା ଖୁବ୍ କମ୍ ଦେଖିବାକୁ ମିଳିଥାଆନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ବିରଳ କଇଁଛ ସୃଷ୍ଟି ହୋଇଥାଏ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛି । ଶିକ୍ଷକ ଜଣଙ୍କ କଇଁଛଟିକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ବନ ବିଭାଗ ପକ୍ଷରୁ କଇଁଛଟିକୁ ନେଇ ନିକଟସ୍ଥ ବୈତରଣୀ ନଦୀରେ ଛାଡିଥିବା ସୂଚନା ମିଳିଛି ।