ବିରଳ ଧଳା ପେଚା ଉଦ୍ଧାର

ନୀଳଗିରି, (ଓଡିଶା ଟାଇମ୍) :ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବିରଳ ଧଳା ପେଚା ଉଦ୍ଧାର ହୋଇଛି। ବାଇପାସ ରୋଡ଼ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି ।

ପେଚାଟି ଏକ ଗାଡ଼ିରେ ଧକ୍କା ଖାଇ ଛଟପଟ ହେଉଥିବା ବେଳେ ଉପସ୍ଥିତ ଲୋକମାନେ ତାକୁ ଉଦ୍ଧାର କରିଥିଲେ । ଏହାପରେ ସେମାନେ ପେଚାକୁ ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଚିକିତ୍ସା ପରେ ଶୁକ୍ରବାର ଜଙ୍ଗଲରେ ଛଡା ଯିବ ବୋଲି ନୀଳଗିରି ରେଞ୍ଜର ମନୱର ଖାଁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *