ଜଗତପୁରରେ ଠାବ ହେଲା ନକଲି ଫ୍ୟାକ୍ଟ୍ରି, ମିଳିଲା କୋଟିଏ ଟଙ୍କାର ଘିଅ
କଟକ, (ଓଡିଶା ଟାଇମ୍) : କଟକ ଯେମିତି ଏବେ ଅପମିଶ୍ରଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସୋମବାର ଜଗତପୁର ଶିଳ୍ପାଞ୍ଚଳରେ ଠାବ ହୋଇଛି ଅପମିଶ୍ରିତ ଘିଅ ଓ ତେଲର କାରଖାନା । ସୁବାସ ଘିଅ କାରଖାନାରେ ଚଢାଉ କରି ପୋଲିସ ଜବତ କରିଛି ପ୍ରାୟ ୧ କୋଟି ଟଙ୍କାର ଅପମିଶ୍ରିତ ସାମଗ୍ରୀ ।
ଯେଉଁଥିରେ ରହିଛି ସୁବାସ ବ୍ରାଣ୍ଡରେ ଘିଅ, ପାମୋଲିନ ତେଲ ଏବଂ ଟମାଟୋ ସସ୍ ଠାରୁ ଆରମ୍ଭ କରି ଆହୁରି କେତେ ପ୍ରକାରର ମସଲା । କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ସୁବାସ କମ୍ପାନୀର ବିଭିନ୍ନ ଆର୍ଥିକ ଅନିୟମିତତାର ଯେଉଁ ଅଭିଯୋଗ ଆସିଛି, ତା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବର୍ଷ ବର୍ଷ ଧରି ଅପମିଶ୍ରଣ କରି ତେଲ ଓ ଘିଅ ପ୍ରସ୍ତୁତ କରୁଥିବା ସୁବାସ କମ୍ପାନୀ ଉପରେ ଚଢାଉ ସମୟରେ ଆପତ୍ତିଜନକ ସାମଗ୍ରୀ ମିଳିଛି । ସୁବାସ କମ୍ପାନୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଲାଇସେନ୍ସ ପ୍ରାପ୍ତ ହୋଇଛି । ହେଲେ ଏଠାରୁ ବାହାରୁ ଥିବା ସମସ୍ତ ତେଲ ଏବଂ ଘିଅରେ ଭରି ରହିଛି ବିଷ ଏକଥା ବୁଝିବାକୁ ଆଉ ବାକି ନାହିଁ ।