ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ବୟାନ୍

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ଥାନାରେ ଏବେ ଏତଲା ଦାୟର କରାଯାଇଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବୁଧବାର ରାମ ଗୋପାଳ ବର୍ମା ଏକ ଟ୍ୱିଟ କରିଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି।

ହାଇଦ୍ରାବାଦ ପୋଲିସ ଶୁକ୍ରବାର କହିଛି, ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଖୁବଶୀଘ୍ର ଏକ ଅପରାଧିକ ମାମଲା ରୁଜୁ କରାଯିବ ।ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ? ତାଙ୍କର ଏପରି ଟ୍ୱିଟ୍ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି।

ତେଲେଙ୍ଗାନା ବିଜେପିର ବରିଷ୍ଠ ନେତା ଜୀ ନାରାୟଣ ରେଡ୍ଡୀ ପୋଲିସ ଥାନାରେ ରାମଗୋପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାମ ଗୋପାଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଛନ୍ତି। ଜଣେ ମହିଳା ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳଙ୍କୁ ନେଇ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ବୋଲି ତେଲେଙ୍ଗାନା ବିଜେପି ପକ୍ଷରୁ କୁହାଯାଇଛି। ପୁଲିସ ଏସସି/ଏସଟି ଆଇନ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବିଜେପି ଦାବି କରିଛିା ତେବେ ବିବାଦ ବଢ଼ିବା ପରେ ବର୍ମା ତାଙ୍କ ସଫେଇରେ କହିଛନ୍ତି ଯେ ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ମୁଁ ଅଧିକ ପସନ୍ଦ କରେ। ଏହି ଟ୍ୱିଟ କୌଣସି ଖରାପ ଉଦ୍ଦେଶ୍ୟରେ ସେ କରିନଥିଲେ ବୋଲି କହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସେ କୌଣସି ଓଡିଆଙ୍କୁ ଅପମାନିତ କରିଛନ୍ତି। ପୂର୍ବରୁ ମଧ୍ୟ ଓଡିଶାକୁ ଜାଣି ନଥିବା କଥା କହି ବିବାଦ ଘେରକୁ ଆସିଥିଲେ।

 

Leave a Reply

Your email address will not be published. Required fields are marked *