ଋଷ ଗସ୍ତରେ ରାଜନାଥ ସିଂହ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ଲାଗି ବୁଧବାର ଦିନ ଋଷ ଗସ୍ତରେ ଯାଇଛନ୍ତି । ଏହି ବୈଠକରେ ଆଞ୍ଚଳିକ ସୁରକ୍ଷା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହେବ ବୋଲି ସୂଚନା ମଳିଛି ।
ଉକ୍ତ ବୈଠକ ରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନ୍ ୱେଇ ଫିଞ୍ଜ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପରଭେଜ୍ ଖଟ୍ଟାକ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲେ ରାଜନାଥ ସିଂହ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବାକୁ ମନା କରିଥିବା ନେଇ ସୁତ୍ରରୁ ପ୍ରକାଶ ।
ଏହି ଅବସରରେ ଋଷ ପ୍ରତିପକ୍ଷ ସର୍ଜି ଶୋଇଗୁଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେହିପରି ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟାରେ ରାଜନାଥ ସିଂହ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଆହୁରି ମଧ୍ୟ ଏସମ୍ପର୍କରେ ରାଜନାଥ ଟ୍ୱିଟ୍ କରି କହିଛନ୍ତି ଯେ “ମସ୍କୋ ଅଭିମୁଖେ ବାହାରିଲି । ଏହି ଅବସରରେ ମୁଁ ସାଂଘାଇ ସହଯୋଗ ସଙ୍ଗଠନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ, ସାମୁହିକ ସନ୍ଧି ସଙ୍ଗଠନ (ସିଏସିଟିଓ)ର ବୈଠକରେ ଯୋଗ ଦେବି । ଏହାଛଡା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଁ ସିଆଇଏସର ସଦସ୍ୟଙ୍କ ସହ ସାକ୍ଷାତ କରିବି” ।
ସୂଚନାଥାଉ କି, ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏଭଳି ସମୟରେ ଯେଉଁ ସମୟରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ନେଇ ତିକ୍ତତା ଲାଗି ରହିଛି । ତେବେ ଦ୍ୱିପାକ୍ଷିକ ଆଲୋଚନା ବ୍ୟତିତ ଏକେ ୨୦୩ ରାଇଫଲ୍ ପ୍ରସ୍ତାବକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ପ୍ରୟାସ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।
ଏହାବ୍ୟତିତ ପାଖାପାଖି ୩ ମାସ ମଧ୍ୟରେ ୨ୟ ଥର ପାଇଁ ରାଜନାଥ ଋଷ ଗ୍ରସ୍ତ କରୁଛନ୍ତି । ଏହା ପୂର୍ବରୁ ସେ ଜୁନ୍ ୨୪ରେ ମସ୍କୋର ବିଜୟ ଦିବସ ପ୍ୟାରେଡରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।