ଜୈସଲମେରକୁ ସ୍ଥାନାନ୍ତରିତ ହୋଇପାରନ୍ତି ଅଶୋକ ଗେହଲଟଙ୍କ ବିଧାୟକ !

ଜୟପୁର, (ଓଡିଶା ଟାଇମ୍‌): ରାଜସ୍ଥାନର ତତ୍କାଳୀନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସ୍ପେଶାଲ୍ ଅପରେସନ୍ ଗ୍ରୁପ ଦ୍ୱାରା ନୋଟିସ୍ ପଠାଯିବା ପରେ ରାଜସ୍ଥାନର ରାଜନୀତି ସରଗରମ ହୋଇପଡିଛି ।

ଏହି ପରିପ୍ରେକ୍ଷୀରେ ନିଜ ପାଖରେ ବହୁମତ ଥିବା ଦାବି କରି ସମସ୍ତ ବିଧାୟକଙ୍କୁ ଏକଜୁଟ କରିଛନ୍ତି ଅଶୋକ ଗେହଲଟ୍ । ତାଙ୍କର ସମସ୍ତ ବିଧାୟକ ମାନେ ଜୟପୁର ସ୍ଥିତ ଫେୟରମାଉଣ୍ଟ ହୋଟେଲରେ ଥିବା ବେଳେ ସେମାନଙ୍କୁ ଜୈସଲମେରକୁ ସ୍ଥାନାନ୍ତରିତ କରାଯିବା ନେଇ ସୁତ୍ରରୁ ପ୍ରକାଶ ।

ଏପରିକି ହେଲଟଙ୍କ ମତରେ ତାଙ୍କ ପାଖରେ ବହୁମତ ରହିଛି ଏବଂ ଅଗଷ୍ଟ ୧୪ ତାରିଖ ଯାଏଁ ତାଙ୍କର ବିଧାୟକ ମାନଙ୍କୁ ଅନ୍ୟ ସହରକୁ ସ୍ଥାନାନ୍ତରିତ କରାଯିବ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ୍ ୪ର୍ଥ ଥର ଲାଗି ସଂଶୋଧିତ ପ୍ରସ୍ତାବ ପଠାଇବା ପରେ ଯାଇ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ସ୍ୱିକୃତି ପ୍ରଦାନ କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡକାଇବାକୁ କହୁଥିଲେ ମଧ୍ୟ ରାଜ୍ୟପାଳ ଅତି କମରେ ବିଧାୟକ ମାନଙ୍କୁ ୨୧ ଦିନର ନୋଟିସ୍ ପଠାଇବାକୁ ପରାମର୍ଶ ଦେଇଥିଲେ । ଏପରିକି ୨୧ ଦିନ ପରେ ଯାଇ ବିଧାନସଭା ଅଧିବେଶନ ଡାକଯାଇ ପାରିବ ବୋଲି ସେ କହିଥିଲେ ।

ନିକଟରେ ସଚିନ ପାଇଲଟ୍ ଉପ-ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ ପରେ ରାଜସ୍ଥାନ ରାଜନୀତି ସରଗରମ ହୋଇ ଉଠିଥିଲା । ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ପାଖରେ ବହୁମତ ଥିବା ନେଇ ବାରମ୍ବାର ଦାବି କରି ଆସୁଥିଲେ ।

Leave a Reply

Your email address will not be published.