ରଜରେ କିଣାବିକା ନେଇ ଗାଇଡ଼ଲାଇନ ଜାରି କଲେ ସରକାର

ଭୁବନେଶ୍ବର , (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଅପଡେଟ ବିଷୟରେ ସୂଚନା ଦେବାକୁ ମୁଖପାତ୍ର ସୁବ୍ରତ ବାଗଚୀ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଆଜି ରଜ କିଣାବିକା ଗାଇଡଲାଇନ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବାଗଚୀ। ଗୋଟିଏ ରଜପାଇଁ ଜୀବନକୁ ବିପନ୍ନ ନକରିବାକୁ ଲୋକମାନଙ୍କୁ କହିବା ସହିତ ରଜ ବଜାର ଓ ରଜ ପାଳନ ନେଇ ମାର୍ଗଦର୍ଶିକା ବିଷୟରେ ସୂଚନା ଦେଇଛନ୍ତି। ଏଥର ଗାଇଡ୍‌ ଲାଇନ୍‌ରେ ରହି ରଜ କେମିତି ପାଳନ କରାଯିବା ତାର ପୂରା ବିବରଣୀ ରଖିଛନ୍ତି ବାଗ୍‌ଚୀ।

ବିନା ମାସ୍କରେ ଗ୍ରାହକଙ୍କୁ ଭିରତକୁ ଛାଡ଼ିବେନି

  1. ହାତ ସାନିଟାଇଜ କରିବେ ଓ ନଗଦ କାରବାର ହ୍ରାସ କରି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବେ
  2. ଲୁଗା ଦୋକାନୀମାନେ ହାତରେ ଗ୍ଲୋଭସ ପିନ୍ଧି ଜିନିଷ ଦେଖାଇବେ
  3. ଗ୍ରାହକମାନେ ଦୋକାନ ବାହାରେ ୬ଫୁଟ ଦୂରତ୍ୱ ରଖି ଛିଡ଼ା ହେବେ
  4. ଲୋକମାନଙ୍କୁ ଭିଡ଼ ଦୋକାନକୁ ନିଯିବାକୁ ପରାମର୍ଶ
  5. ପରିବାରର ସବୁ ଲୋକ ଜିନିଷ ପାଇଁ ଯାଆନ୍ତୁନି, ଏଥିପାଇଁ ଜଣେ ହିଁ ଯାଆନ୍ତୁ

ଘରକୁ ଜିନିଷ ଆଣି କିଛି ସମୟ ବାହାରେ ରଖନ୍ତୁ

  1. ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ।
  2. ଏହାପୂର୍ବରୁ କେନ୍ଦୁଝର ପ୍ରଶାସନ ମଧ୍ୟ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି।
  3. ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜିଠାରୁ କଟକଣା ଲାଗୁ ହୋଇଛି।
  4. ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ଆସନ୍ତାକାଲିଠାରୁ ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଖୋଲା ରହିବ। ହେଲେ ଅନ୍ୟ ସବୁ ଦୋକାନ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

Leave a Reply

Your email address will not be published.