ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୁଣି ଥରେ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ । ବର୍ତ୍ତମାନ ରାଜାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଦାବାବଟି ମାଗିବା ଅଭିଯୋଗରେ ରାଜ୍ୟ ଆଚାର୍ଯ୍ୟକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ପୋଲିସ କମିଶନର ସୂଚନା ଦେଇଥିଲେ । ଏହାପୂର୍ବରୁ ମଧ୍ୟ ଅନେକ ଥର ଦାଦାବଟି ଓ ଅନେକ ଅପରାଧିକ ମାମଲାରେ ରାଜା ଆଚାର୍ଯ୍ୟକୁ ଗିରଫ କରିସାରିଛି ପୋଲିସ ।

୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ଗ୍ୟାଙ୍ଗଷ୍ଟାର ରାଜା । କିଛି ଦିନ ତଳେ ସେ ଜାମିନରେ ଆସିଥିଲେ । ତେବେ ଜାମିନରେ ଆସି , ପୁଣି ଥରେ ନିଜର କଳାସାମ୍ରଜ୍ୟ ବଢାଇବାରେ ଲାଗିଥିଲା । ଯାହାକୁ ବ୍ରେକ୍‌ ଦେଇଛି କମିଶନରେଟ୍‌ ପୋଲିସ । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଗିରଫ କରିଛି କମିଶନରେଟ୍‌ ପୋଲିସ ।

Leave a Reply

Your email address will not be published. Required fields are marked *