ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ଭୁବନେଶ୍ବର, (ଓଡିଶା ଟାଇମ୍): କାର୍ତ୍ତିକ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କୁ ରାଇଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । ସୋମବାର ପାଇଁ ଦୁଇଥର ମହାପ୍ରଭୁଙ୍କର ରାଇଦାମୋଦର ବେଶ କରାଯିବ । ସକାଳ ଧୂପ ସମୟରେ ରାଇଦାମୋଦର ବେଶରେ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସମେତ ହବିଷ୍ୟାଳୀମାନେ ଦର୍ଶନ କରିପାରିବେ ।

ସେହିପରି ସଂଧ୍ୟା ଧୂପ ପରେ ମହାପ୍ରଭୁଙ୍କର ରାଇଦାମୋଦର ବେଶ ଦର୍ଶନ କରିବେ ସେବାୟତ ପରିବାରଙ୍କ ସମେତ ସ୍ଥାନୀୟ ଲୋକ । ମାତ୍ର କରୋନା କଟକଣା ସାଙ୍ଗକୁ ବିଏମସିର ଗାଇଡଲାଇନ୍ ପାଇଁ ଚଳିତ ଥର ଲିଙ୍ଗରାଜ ମନ୍ଦିର ମଧ୍ୟରେ ହବିଷ୍ୟାଳୀ ହବିଷ କରିପାରିବେନି। ମାତ୍ର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଏହା ସହ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଧୂପ, ଦୀପ ସାଙ୍ଗକୁ ଭୋଗ ମଧ୍ୟ ଲଗେଇବା ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଆଡକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୧୮ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ଯାଇ ଦର୍ଶନ କରିବା ଉପରେ ରୋକ୍ ଲଗାଇଛି ବିଏମସି ।

Leave a Reply

Your email address will not be published. Required fields are marked *