କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ
କଟକ, (ଓଡିଶା ଟାଇମ୍) : ବେଆଇନ୍ ବାଣ ଗୋଦାମ ଉପରେ ଜଗତପୁର ପୋଲିସର ଚଢାଉ । ବେଆଇନ ଭାବରେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା ପୋଲିସ ଏହି ଚଢାଉ କରିଛି ।
ପୋଲିସ ଚଢାଉରେ ବିପୁଳ ପରିମାଣର ବାଣ ସମେତ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି । ବେଆଇନ ଭାବେ ବାଣ ତିଆରି କରିବା ଓ ରଖିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଚଳିତ ବର୍ଷ ମହାମାରି କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।