ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଧରିବେ ଭାରତୀୟ କ୍ରିକେଟର ମଙ୍ଗ !

ଆଗକୁ ହେବାକୁ ଥିବା ଟି-୨୦(T-20) ବିଶ୍ବକପ ପ୍ରତିଯୋଗିତାରେ ଟ୍ରଫି ଜିତିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି ଭାରତୀୟ କ୍ରିକେଟ ବ୍ରିଗେଡ । ମୈଦାନରେ ପ୍ରତିଦ୍ବନ୍ଦୀଙ୍କୁ କଡ଼ା ଟକ୍କର ଦେବାକୁ ପ୍ରୟାସରତ ବିରାଟ ବାହିନୀ । ଆଉ ଏତିକି ବେଳେ କ୍ରିକେଟ ଜଗତକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ହୁଏତ ଆପଣଙ୍କୁ ଚକିତ କରିଦେବ । ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମର ହେଡ କୋଚ ବା ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀ(Ravi Shastri)ଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ଆଉ ତାଙ୍କ ପରେ କିଏ ଏହି ଦାୟିତ୍ବ ତୁଲାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । କିଏ କହୁଛି ସୌରଭ ଗାଙ୍ଗୁଲି(Sourav Ganguli)ଙ୍କୁ ଏହି ଦାୟିତ୍ବ ମିଳିବ ତ କିଏ ବିରେନ୍ଦ୍ର ସେହୱାଗ(Virendra Sehwag)ଙ୍କ ନାଁକୁ ନେଇ ଯୁକ୍ତି କରିବା ଆରମ୍ଭ କଲେଣି । ତେବେ ଏହାରି ଭିତରେ କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ଭଳି ଖବର ସାମ୍ନାକୁ ଆସିଲାଣି । ଭାରତୀୟ କ୍ରିକେଟ ଟିମ(Indian Cricket Team)ରେ ଦ ୱାଲ (The Wall)ଭାବେ ଜଣାଶୁଣା ରାହୁଲ ଦ୍ରାବିଡ଼(Rahul Dravid)ଙ୍କୁ ଏହି ପଦ ଅଫର କରାଯାଉଥିବା ଖବର  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଟି-୨୦(T-20 Worldcup) ବିଶ୍ବକପ ପରେ ରବି ଶାସ୍ତ୍ରୀ(Ravi Shastri)ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିଶ୍ବକପ(T-20 Worldcup) ପରେ ତାଙ୍କ ସ୍ଥାନ ଫାଙ୍କା ପଡ଼ିବା ନେଇ ଆଶଙ୍କା ଦେଖା ଦେଇଛି । ବିସିସିଆଇ(BCCI) ଏପର୍ଯ୍ୟନ୍ତ ରବି ଶାସ୍ତ୍ରୀ(Ravi Shastri)ଙ୍କ ରିପ୍ଲେସମେଣ୍ଟ ଖୋଜିବାରେ ଅସମର୍ଥ ରହିଥିବାରୁ ତାଙ୍କ ସ୍ଥାନରେ କାମଚଳା ବା ଇଣ୍ଟେରିମ କୋଚ ଭାବେ ରାହୁଲଙ୍କୁ ସ୍ଥାନ ଦେବାକୁ ଚିନ୍ତା କରୁଛି । ଆଉ ଏ ବାବଦରେ ରାହୁଲଙ୍କୁ ବିସିସିଆଇ(BCCI) ବିଧିବଦ୍ଧ ଭାବେ ଅନୁରୋଧ କରିଥିବା ମଧ୍ୟ ଜଣା ପଡିଛି । ରାହୁଲ ଦ୍ରାବିଡ(Rahul Dravid) ଏବେ ନ୍ୟାସନାଲ କ୍ରିକେଟ ଏକାଡେମି(National Cricket Academy)ର ମୁଖ୍ୟ ଅଛନ୍ତି । ଆଉ ଏବେ ସେ ଦୁବାଇ(Dubai)ରେ ଅଛନ୍ତି । ଏହି ଅବସରରେ ସେ ବିସିସିଆଇ(BCCI)ର ପ୍ରସ୍ତାବକୁ ଗ୍ରହଣ କରିଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାହୁଲ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ତୁଲାଇଲେ କଣ କଣ ସବୁ ନିଷ୍ପତ୍ତି ନେବେ ସେ ସଂକ୍ରାନ୍ତରେ ଏକ ପ୍ରେଜେଣ୍ଟେସନ ବିସିସିଆଇ ବୋର୍ଡ ମେମ୍ବର ମାନଙ୍କ ସାମ୍ନାରେ ରଖିଥିବା ଜାଣିବାକୁ ମିଳିଛି । 

ବର୍ତ୍ତମାନ ରବି ଶାସ୍ତ୍ରୀଙ୍କ ସ୍ଥାନରେ ବିସିସିଆଇ ତାଙ୍କ ଭଳି ଏକ ଯୋଗ୍ୟ ଓ ସମର୍ଥ ବ୍ୟକ୍ତି ଖୋଜିବାରେ ଅସମର୍ଥ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏଥିଲାଗି ବିଶ୍ବକପ ପରେ କିଛି ଦିନ ପାଇଁ ରାହୁଲ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ଦାୟିତ୍ବ ତୁଲାଇଲେ ସେହି ସମୟରେ ବିସିସିଆଇ ଉପଯୁକ୍ତ କୋଚ ଖୋଜିବାକୁ ସମୟ ପାଇଯିବ ବୋଲି ଜଣା ପଡୁଛି । 

Leave a Reply

Your email address will not be published.