ଚାଲି ଚାଲି ହାଥରସ ଯାଉଥିବା ବେଳେ ରାସ୍ତାରେ ପଡିଗଲେ ରାହୁଲ: କହିଲେ ପୋଲିସ ମୋତେ ଧକ୍କା ଦେଲା, ଲାଠି ମାରିଲା

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ସଡକରେ ଦେଖିବାକୁ ମିଳିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ  ଯାଇଛନ୍ତି । ଯମୁନା ଏକ୍ସପ୍ରେସୱେରେ ଯେତେବେଳେ ପୋଲିସ ତାଙ୍କୁ ରୋକିଥିଲା । ପୋଲିସ ରୋକିବା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ନିଜ ନିଜ ଗାଡିରୁ ଓହ୍ଲାଇ ଚାଲି ଚାଲି ହାଥରସ ଯିବାକୁ ବାହାରିଲେ ।

ଚାଲିଚାଲି ଯାଉଥିବା ସମୟରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହୋଇଛି । ଚାଲି ଚାଲି ଯାଉଥିବା ସମୟରେ ରାହୁଲ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହାପରେ ତାଙ୍କ ସୁରକ୍ଷାରେ ଥିବା ଯବାନ ତାଙ୍କୁ ଉଠାଇ ଥିଲେ । ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ଦେଇଥିଲା ଓ ଲାଠିରେ ବାଡ଼େଇଥିଲା ।

ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ପୋଲିସ ତାଙ୍କୁ ଧକ୍କା ମାରିଛି, ଲାଠିରେ ମଧ୍ୟ ମାରିଛି ଓ ତଳେ ପକାଇଦେଇଛି । ଏହାପରେ ସେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ କଣ କେବଳ ମୋଦିଜୀଙ୍କର ଚାଲିବାର ଅଧିକାର ଅଛି ? ଆମଭଳି ସାଧାରଣ କଣ ଚାଲି ପରିବେନାହିଁ ? ଆମ ଗାଡିକୁ ରୋକି ଦିଆଯାଇଥିଲା ସେଥିପାଇଁ ଆମେ ଚାଲି ଚାଲି ଯାଉଛୁ ।

Leave a Reply

Your email address will not be published.