ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଜୁନିୟର ଛାତ୍ରଙ୍କୁ ଡାକି ନିସ୍ତୁକ ପିଟିଲେ ତୃତୀୟ ବର୍ଷର ଛାତ୍ର !
ସମ୍ବଲପୁର, (ଓଡିଶା ଟାଇମ୍): କିଛିଦିନର ନିରବତା ପରେ ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ ରାଗିଂର ଶିକାର ହୋଇଥିବା ଜଣାପଡ଼ିଛି । ସିନିୟରମାନେ ଜୁନିୟରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗିଦେଇଥିବା ଛାତ୍ରାବାସର ୱାର୍ଡେନଙ୍କ ନିକଟରେ ଅଭିଯୋଗ ହୋଇଛି ।