ଦିଲ୍ଲୀରେ ପ୍ରସ୍ତୁତ ହେଲା ବିଶ୍ଵର ସବୁଠୁ ବଡ କରୋନା ସେଣ୍ଟର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦୁନିଆର ସବୁଠୁ ବଡ କରୋନା ସେଣ୍ଟର ଦିଲ୍ଲୀର ରାଧା ସ୍ଵାମୀ ସତସଙ୍ଗ ବ୍ୟାସ୍ କ୍ୟାମ୍ପରେ ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରରେ ପାଖାପାଖି ଏକ ହଜାର ଡାକ୍ତର ରହିବେ। ବିନା ଲକ୍ଷଣ ଏବଂ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ଏଠାରେ ଅଲଗା ଅଲଗା ରଖାଯିବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ସେଣ୍ଟରକୁ ଦେଖିବା ପାଇଁ ପହଞ୍ଚିଛନ୍ତି।
ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ଵାମୀ ସତସଙ୍ଗ୍ ବ୍ୟାସ୍ କ୍ୟାମ୍ପରେ ଏହି କରୋନ ସେଣ୍ଟର କରାଯାଇଛି। ଏଥିରେ ୧୦ ହଜାର ଶଯ୍ୟାର ସୁବିଧା ରହିଛି, ଯାହା ବିଶ୍ଵର କୌଣସି ହସ୍ପିଟାଲରେ ନାହିଁ। ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।
ସୂଚନା ଅନୁଯାୟୀ, ଏଠାରେ ଏକ ହଜାର ଡାକ୍ତର ଓ ପାରାମେଡିକାଲ ଟିମ୍କୁ ନିୟୋଜିତ କରାଯିବ। ମୋଟ୍ ୧୦ ହଜାର ଶଯ୍ୟାରୁ ଏକ ହଜାର ଶଯ୍ୟାରେ ଏକ୍ସିଜେନ୍ ସୁବିଧା ଉପଲବ୍ଧ ରହିବ। ଗରମକୁ ଦୃଷ୍ଟିରେ ରଖି ୫ ହଜାର ପଙ୍ଖା, ଶୌଚାଳୟ ପାଇଁ ୫ ହଜାର କମୋଡ ଆଦିର ବ୍ୟବସ୍ଥା କରାଯାଇଛି।
ଛତରପୁର ଇଲାକାରେ ସ୍ଥିତ ରାଧା ସ୍ଵାମୀ ସତସଙ୍ଗ୍ ବ୍ୟାସ୍ର ପରିସରରେ ନିର୍ମିତ ଏହି କୋଭିଡ୍ କେନ୍ଦ୍ର ଦୁଇ ଭାଗ ରହିବ। ଗୋଟିଏ ଭାଗରେ ଲକ୍ଷଣ ନଥିବା ରୋଗୀ ଏବଂ ଅନ୍ୟ ଭାଗରେ ଲକ୍ଷଣ ଦେଖାଯାଉଥିବା ରୋଗୀ ରହିବେ।