ନୱାଜଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହେ’ର ଟ୍ରେଲର ଆଉଟ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ନୱାଜଉଦିନ ସିଦ୍ଦିକି ଓ ଅଭିନେତ୍ରୀ ରାଧିକା ଆପଟେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହେ’ର ଟ୍ରେଲର ରିଲିଜ ହୋଇଛି ।
‘ରାତ ଅକେଲି ହେ’ ଏକ ମର୍ଡର ମିଷ୍ଟ୍ରି ଫିଲ୍ମ । ଯେଉଁଥିରେ ନୱାଜ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମର କାହାଣୀ ଗୋଟିଏ ପରିବାର ଉପରେ ଆଧାରିତ ।
ଯେଉଁଥିରେ ଘର ମାଲିକଙ୍କ ମୃତ୍ୟୁ ହୋଇଯାଉଛି, ପରେ ତାଙ୍କ ମୃତ୍ୟୁ ହତ୍ୟା ବୋଲି ଜଣାପଡିଛି । ଯାହାର ତଦନ୍ତ କରିବା ପାଇଁ ନୱାଜ ପ୍ରାଣପଣେ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ।
ନୱାଜଙ୍କ ସମେତ ଫିଲ୍ମରେ ରାଧିକା ଆପଟେ, ଶ୍ୱେତା ତ୍ରୀପାଠି, ନିଶାନ୍ତ ଦହିଆ, ତିମାଂଶୁ ଧୁଲିଆଙ୍କ ଭଳି ଷ୍ଟାର କାଷ୍ଟ ରହିଛନ୍ତି ।
ଫିଲ୍ମଟି ଜୁଲାଇ ୩୧ରେ ‘ନେଟ୍ଫ୍ଲିକ୍ସ’ରେ ରିଲିଜ ହେବାକୁ ଯାଉଛି । ଏହି ନେଟ୍ଫ୍ଲିକ୍ସ ପ୍ଲାଟଫର୍ମରେ ‘ରାତ ଅକେଲି ହେ’ ସହ ୧୭ଟି ନୂଆ ଫିଲ୍ମ ରିଲିଜ ହେବ ।
ନୱାଜ ଏହା ପୂର୍ବରୁ ନେଟଫ୍ଲିକ୍ସ ଇଣ୍ଡିଆର ସିରିଜ ‘ସ୍କାରେଡ୍ ଗେମ୍ସ’ରେ ନଜର ଆସିଥିଲେ । ଯେଉଁଥିରେ ଦର୍ଶକ ମାନେ ତାଙ୍କୁ ଏକ ଗ୍ୟାଙ୍ଗଷ୍ଟାର ଚରିତ୍ରରେ ଦେଖିବାକୁ ପାଇଥିଲେ ।
କରୋନା ଜନିତ ଲକଡାଉନ୍ ଯୋଗୁଁ ଏବେ ଦେଶବ୍ୟାପୀ ସିନେମା ଘର ବନ୍ଦ ରହିଛି । ଯାହାଫଳରେ ଫିଲ୍ମ ନିର୍ମାତାଙ୍କ ପାଇଁ ଚଳଚ୍ଚିତ୍ର ରିଲିଜ କରିବା ଲାଗି ଡିଜିଟାଲ୍ ପ୍ଲାଟଫର୍ମ ଏକ ମାଧ୍ୟମ ପାଲଟିଛି ।