ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ତଲବ
କଟକ, (ଓଡିଶା ଟାଇମ୍) : ଓଡିଶା ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲା । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ରାଜସ୍ଥାନ ସରକାର ୪୦% ଫି କମାଇବାକୁ ନିଷ୍ପତ୍ତି ନେଇଥିଲେ ।