ପୁଣି ବଡ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ: ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) : ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହର ବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟ କ୍ରମେ ଅନୁମତି ଦିଆଯିବ । ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡ୍ ଲାଇନରେ  ଲୋକେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ବର୍ତ୍ତମାନ ପାଇଁ କେବଳ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏହା ସହିତ ଆସନ୍ତା ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରମୁଖ ମନ୍ଦିରଗୁଡ଼ିକରେ ତହସିଲଦାର, ସେହି ଅଞ୍ଚଳର ଆଇଆଇସି, ମନ୍ଦିର କମିଟି, ପଞ୍ଚାୟତ ପ୍ରତିନିଧିରେ SOP ପ୍ରସ୍ତୁତ କରାଯିବ।

 

Leave a Reply

Your email address will not be published. Required fields are marked *