ନେପାଳ ପ୍ରସଙ୍ଗରେ କହିଲେ ପୁରୀ ଶଙ୍କରାଚାର୍ଯ୍ୟ: ଚିନ୍ ଆଡ଼କୁ ଢଳିଲେ ଅପକର୍ଷ ସୁନିଶ୍ଚିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୁରୀ ଶଙ୍କାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦନ ସରସ୍ଵତୀ ନେପାଳର କୂଟନୀତିକ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ବିଶ୍ଵ ଦରବାରରେ ନେପାଳର ବଦଳୁଥିବା କୂଟନୀତିକୁ ଦେଶ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି। ଯଦି ଏହି କୂଟ ନୀତିକ ଚାଲ୍ ଚୀନ ପ୍ରତି ଢଳୁଛି ତେବେ ତାହା ନେପାଳର ଅପକର୍ଷ ବା ଅଧୋଗତିକୁ ଡାକି ଆଣୁଛି ବୋଲି ଏକ ପ୍ରେସ୍ ବାର୍ତ୍ତାରେ ଜଗଦଗୁରୁ କହିଛନ୍ତି।
ଜଗଦଗୁରୁ କହିଛନ୍ତି, ଯଦି କୂଟନୀତିକ ଚାଲ୍ ଚଳାଇବାରେ ଧୂରନ୍ଧର ଚୀନ, ନେପାଳର ଶାସନତନ୍ତ୍ରର ଆସ୍ଥା ଓ ଆତ୍ମୀୟତାର କେନ୍ଦ୍ର ହୋଇଥାଏ ତେବେ ତାହା ନେପାଳର ଶାସନ ତନ୍ତ୍ର ଏବଂ ନେପାଳର ଅପକର୍ଷ ନିଶ୍ଚିତ। ସେହିପରି ଯଦି ନେପାଳର ଶାସନ ତତନ୍ତ୍ରର ଆସ୍ଥା ନେପାଳ ପ୍ରତି ରହିଛି ଏବଂ ଆତ୍ମୀୟତା କୁଟୀଳ ଚୀନ ପ୍ରତି ରହିଛି ତେବେ ବି ତାହା ଦ୍ଵାରା ନେପାଳର ଅପକର୍ଷ ସୁନିଶ୍ଚିତ।
ଯଦି ନେପାଳର ଶାସନତନ୍ତ୍ରର ଆସ୍ଥା ଏବଂ ଆତ୍ମୀୟତା ନୋପଳ ଓ ଭାରତ ପ୍ରତି ରହିଛି ତେବେ ନେପାଳର ଶାସନତନ୍ତ୍ର ଏବଂ ନେପାଳର ସର୍ବବିଧ ଉତ୍କର୍ଷ ସୁନିଶ୍ଚିତ।