୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର

ପୁରୀ, (ଓଡିଶା ଟାଇମ୍): କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ତାଲାବନ୍ଦ , ସଟଡାଉନ ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏହି କଟକଣା ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର ଏଣିକି ଜିଲା ବାହାର ଲୋକେ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ। କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ।

ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର । କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ ପାଇଁ ଅନୁମତି ମିଳିଛି। ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ଦେଇଛନ୍ତି। କୋଭିଡ଼ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲେ ଶବଦାହ ପାଇଁ ଅନୁମତି ମିଳିବନି । ଶବ ସତ୍କାର ପାଇଁ ପଞ୍ଜିକରଣ ବେଳେ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି।

Leave a Reply

Your email address will not be published. Required fields are marked *