ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର; ଆସନ୍ତାକାଲିଠୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ସାଧାରଣଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲାଯିବ। ଶ୍ରଦ୍ଧାଳୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ରାଜ୍ୟ ସରକାର ମନ୍ଦିର ଖୋଲାଯିବା ନେଇ ସବୁଜ ସଙ୍କେତ ଦେଲା ପରେ ପୁରୀ ମନ୍ଦିର ପ୍ରଶାସନ ଚଳଚଞ୍ଚଳ ହୋଇଛି। ସାଧାରଣଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ନେଇ ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଅନୁଷ୍ଠିତ ହେବ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। ମତାମତ ସଂଗ୍ରହ ସହ ବିଚାର ବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ। ବିଭିନ୍ନ ନିଯୋଗ ଓ ବରିଷ୍ଠ ସେବାୟତଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ। ଆସନ୍ତାକାଲି ଏବଂ ଅକ୍ଟୋବର ୧୨ରୁ ୧୬ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ହେବ। କୋଭିଡ୍‌ ନିୟମଅନୁସାରେ ଭିଡିଓ କନ୍‌ଫରେନ୍‌ସିଂରେ ବୈଠକ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *