କାଳିଆ ପଢିହାରୀ ହତ୍ୟାକାଣ୍ଡ ଘଟଣା, ଆଉ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କଲା ପୋଲିସ

ପୁରୀ, (ଓଡିଶା ଟାଇମ୍): ବହୁଚର୍ଚ୍ଚିତ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ଓରଫ କାଳିଆ ପଢିଆରୀଙ୍କୁ ଗୁଳି କରି ହତ୍ୟା ଘଟଣା । ମାମଲାରେ ଆଜି ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। ଶନିବାର ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଟୁ ଓ କୁନୁମୁନିକୁ ପୋଲିସ କ୍ରାଇମ୍ ସ୍ପଟ ବାରବାଟି ଯାଗା ଆଣି ସେଠାରେ ସମ୍ପୁର୍ଣ୍ଣ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ କରାଇଥିଲା।

ଖବର ଅନୁଯାୟୀ, ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କାଳିଆ ପଢିଆରୀଙ୍କୁ ଏହି ଚାରିଜଣ ଅଭିଯୁକ୍ତ ଗୁଳି କରି ଅତି ବିଭତ୍ସ ଭାଵେ ହତ୍ୟା କରିଥିଲେ। ଏହି ଘଟଣାର ସାତଦିନ ଭିତରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସହ ୧୦  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଘଟଣାରେ ଅଭିଯୁକ୍ତଙ୍କ ଧରି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି । ଶନିବାର ପ୍ରଥମ ପର୍ଯ୍ୟାୟ  ରିକ୍ରିଏସନ୍‌ କରିଥିବା ବେଳେ  ଆଜି ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ ।

Leave a Reply

Your email address will not be published.