ରଥଯାତ୍ରା ଓ ବାହୁଡ଼ାରେ ଗଜପତି ମହାରାଜା କରିବେ ଛେରାପହଁରା
ପୁରୀ, (ଓଡିଶା ଟାଇମ୍): ଚଳିତ ବର୍ଷ ରଥଯାତ୍ରା ନେଇ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ପ୍ରତିକିୟା ଦେଇଛନ୍ତି । ରଥଯାତ୍ରା ଓ ବାହୁଡ଼ାରେ ନିଜେ ଗଜପତି ଛେରାପହଁରା କରିବେ ବୋଲି ଜଣାପଡ଼ିଛି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି ।
ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । ଦେଶର ଅନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଗଜପତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ଶ୍ରୀମନ୍ଦିର ଆଦି ଓ ମୂଳପୀଠ । ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ହୋଇଥିବା ସେ କହିଛନ୍ତି ।
ତେବେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା ।