ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ICU ସିଲ୍
ପୁରୀ, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି। ମେଡିକାଲରୁ କରୋନା ପଜିଟିଭ୍ ପରେ ଚିନ୍ତା ଘାରିଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ICU ସିଲ । ICUରେ ଭର୍ତ୍ତି ଜଣେ ରୋଗୀ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ICUକୁ ଖାଲି କରାଯାଇ ତାଲା ପକାଇ ଦିଆଯାଇଛି ।
ସେହିପରି ସେଠାରେ ଚିକିତ୍ସା କରୁଥିବା ଡାକ୍ତର, କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତାଖାନା ପରେ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏବେ ସୁଦ୍ଧା ପୁରୀ ଜିଲ୍ଲାରେ ୫୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୩୪୩ ଜଣ ସୁସ୍ଥ ହୋଇଛନ୍ତି,୨୩୯ଟି ଆକ୍ଟିଭ୍ କେସ ରହିଛି ଏବଂ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।