ପଞ୍ଜାବ ସରକାରଙ୍କ ବଡ ଘୋଷଣା, ନିୟମିତ ହେବେ ୩୫ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ

ଚଣ୍ଡିଗଡ,( ଓଡିଶା ଟାଇମ୍):  ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଞ୍ଜାବ ସରକାର ୩୫  ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବ ବୋଲି ବଡ ଘୋଷଣା କରିଛନ୍ତି। ଏହାର ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ।

ମାନ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ଗ୍ରୁପ ସି ଏବଂ ଗ୍ରୁପ୍ ଡିର ୩୫ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବାକୁ ନିର୍ଣ୍ଣୟ ନିଆଯାଇଛି। ଏହି ସଂପର୍କରେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏବେ ପାର୍ଟି ତାହା ପୂରଣ କରୁଛି।

ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ସରକାରୀ ବିଭାଗରେ ୨୫ ହଜାର ପଦରେ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଏଥିସହ କୃଷକଙ୍କୁ ୩୦୦ ୟୁନିଟ୍ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

Leave a Reply

Your email address will not be published.