ଲଖିମପୁର ଖେରି ମାମଲା: ମୃତକଙ୍କ ପରିବାରକୁ ୫୦-୫୦ ଲକ୍ଷ ସହାୟତା ଦେବେ ପଞ୍ଜାବ ଓ ଛତିଶଗଡ଼ ସରକାର
ଲଖିମପୁର, (ଓଡିଶା ଟାଇମ୍): ଲଖିମପୁର ଖେରିରେ ହିଂସାରେ ପ୍ରାଣ ହରାଇଥିବା ୮ ଜଣଙ୍କ ପରିବାରକୁ ପଞ୍ଜାବ ଓ ଛତିଶଗଡ଼ ସରକାର ୫୦-୫୦ ଲକ୍ଷ ଟଙ୍କା ସହାୟତା କରିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏନେଇ ଘୋଷଣା କରିଛନ୍ତି।
ଏପଟେ ଉତ୍ତର ପ୍ରଦେଶ ସରକାର ବିରୋଧୀ ନେତାଙ୍କୁ ଲଖିମପୁର ଆସିବାକୁ ଅନୁମତି ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ସମେତ କଂଗ୍ରେସର ୫ ନେତାଙ୍କୁ ଲଖିମପୁର ଆସିବାକୁ ଅନୁମତି ମିଳିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ସଚିନ ପାଇଲଟ ସାମିଲ ଅଛନ୍ତି। ରାହୁଲ ଗାନ୍ଧୀ ଲକ୍ଷ୍ନୌ ପହଞ୍ଚି ସାରିଛନ୍ତି। ସେଠାରୁ ପ୍ରିୟଙ୍କାଙ୍କ ସହ ପୀଡିତ ପରିବାରକୁ ଭେଟିବାକୁ ଲଖିମପୁର ଯିବେ। ସୀତାପୁରରୁ ରାହୁଲ-ପ୍ରିୟଙ୍କାଙ୍କୁ ଲଖିମପୁର ନେଇଯିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।











