ପୁମୁଲ୍‌ ଦୁର୍ନୀତି ତଦନ୍ତ କରିବେ ପୁମୁଲ୍‌ ମହାପ୍ରବନ୍ଧକ!

 ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦୁର୍ନୀତି ତଦନ୍ତ କ୍ଷେତ୍ରରେ ଏକ ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା ଦୁଗ୍‌ଧ ସମବାୟ ମହାସଂଘ ( ଓମ୍‌ଫେଡ୍‌)। ଯେଉଁ ପୁରୀ ଜିଲ୍ଲା ଦୁଗ୍ଧ ଚାଷୀ ସଂଘ ( ପୁମୁଲ୍‌)ରେ ଚାଷୀମାନଙ୍କ ଗୋଷ୍ଠୀ ପରିଚାଳନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି ତାହାର ତଦନ୍ତ କରିବା ଲାଗି ସେହି ସଂସ୍ଥାର ମହାପ୍ରବନ୍ଧକଙ୍କୁ ଦାୟିତ୍ଵ ଦିଆଯାଇଛି। ରାଜ୍ୟ ସମବାୟ ରେଜିଷ୍ଟ୍ରାର୍‌ଙ୍କ ନିର୍ଦେଶରେ ଓମ୍‌ଫେଡ୍‌, ଯଦିଓ ଏହି ସଂଘର କାରବାର ତଦନ୍ତ ଲାଗି ଏକ କମିଟି ଗଠନ କରିଛି କିନ୍ତୁ ସେଥିରେ ସମ୍ପୃକ୍ତ ସଂସ୍ଥାର ମହାପ୍ରବନ୍ଧକଙ୍କୁ ସାମିଲ୍‌ କରାଯିବା  ନେଇ କେହି କେହି ଅଙ୍ଗୁଳି ନିର୍ଦେଶ କରିଛନ୍ତି। ହେଲେ ସଂସ୍ଥାର ଜଣେ କର୍ମଚାରୀ ଭାବେ ସବସ୍ତ କାର୍ଯ୍ୟକଳାପ ଉପରେ ଗଭୀର ଜ୍ଞାନ ରଖିଥିବା ତଥା ନିଜର ସ୍ଵଚ୍ଛ ପ୍ରତିଚ୍ଛବି କାରଣରୁ ତାଙ୍କୁ ଏହି କମିଟିରେ ସାମିଲ୍‌  କରାଯାଇଥିବା ଜଣାପଡ଼ିଛି।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମାର୍ଚ ୧୭ ତାରିଖରେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ଓମ୍‌ଫେଡ୍‌କୁ ସମ୍ପୃକ୍ତ ବିଷୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ। ଲହି ଆଦେଶ ବଳରେ ଓମ୍‌ଫେଡ୍‌ର ଆର୍ଥିକ ମହାପ୍ରବନ୍ଧକଙ୍କ ଦସ୍ତଖତରେ ଏକ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଓମ୍‌ଫେଡ୍‌ ମୁଖ୍ୟ ମହାପ୍ରବନ୍ଧକ ଅଧ୍ୟକ୍ଷ ହୋଇଥିବା ବେଳେ ଭୁବନେଶ୍ଵର ଡେରୀ ମହାପ୍ରବନ୍ଧକ ସଦସ୍ୟ ରହିଛନ୍ତି। ସେହିପରି ଓମ୍‌ଫେଡ୍‌ର ଅର୍ଥ ବ୍ୟାପାର ଡିଜିଏମ୍‌ଙ୍କୁ ଆବାହକ ସଦସ୍ୟଭାବେ ଗ୍ରହଣ କରାଯାଇଥିବା ବେଳେ ଅନ୍ୟତମ ସଦସ୍ୟ ରହିଛନ୍ତି ପୁମୁଲ୍‌ ମହାପ୍ରବନ୍ଧକ।

ପୁମୁଲ୍‌ ମହାପ୍ରବନ୍ଧକ ଭାବେ ଦାୟିତ୍ଵ ପାଇବା ପୂର୍ବରୁ ସେ ସେଠାରେ ଜଣେ ସାଧାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।  କୋର୍ଟଙ୍କ ଆଦେଶ କ୍ରମେ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦିଆଯାଇଛି। ଏହା ପୂର୍ବରୁ ଓମ୍‌ଫେଡ୍‌ର ଅଧିକାରୀମାନଙ୍କ ଦ୍ଵାରା ପୁମୁଲ୍‌ ପରିଚାଳନା କରାଯାଉଥିଲା। ଏହି ସମୟରେ ଏଠଶରେ ଅନେକ ଦୁର୍ନୀତି ହୋଇଥିବା ଦର୍ଶାଯାଇଛି। ଏପରିକି କାଗଜପତ୍ରରେ ୩ଟି ଗାଡ଼ି କିଣା ଯାଇଥିଲେ ମଧ୍ୟ ବାସ୍ତବରେ ସେହି ଗାଡ଼ିଙ୍କ କୌଣସି ଅସ୍ତିତ୍ଵ ନାହିଁ। ଏହାକୁ କେନ୍ଦ୍ରକରି ଅନେକ ମାମଲା ଦାୟର ପରେ ଏବେ ତଦନ୍ତ ପାଇଁ ଆଦେଶ ହୋଇଛି।

ଆବଶ୍ୟକ ତଦନ୍ତ ପରେ ଏହି କମିଟିଙ୍କୁ ଓମ୍‌ଫେଡ୍‌ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ଆଦେଶ ରହିଛି।

Leave a Reply

Your email address will not be published.