ପରିବର୍ତ୍ତନ ହେବ ପୂଜା ଗାଇଡ୍‌ଲାଇନ୍ !

ଭୁବନେଶ୍ବର, (ଓଡିଶା ଟାଇମ୍): ପରିବର୍ତ୍ତନ ହୋଇପାରେ ପୂଜା ଗାଇଡ଼ ଲାଇନ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ନୂଆ ଗାଇଡ଼ ଲାଇନରେ ସ୍ଥାନ ଓ ସଂକ୍ରମଣର ସ୍ଥିତି ଦେଖି କଟକଣା ବଢ଼ାଇବାକୁ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଗଣେଶ ପୂଜା ପୂର୍ବରୁ ପାର୍ବଣ ନେଇ ସ୍ବତନ୍ତ୍ର ଏସଓପି ଜାରି କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ନୂଆ ଗାଇଡ଼ ଲାଇନ ଜାରି କରିବା ପରେ ଆଗକୁ ବିଶେଷଜ୍ଞ ମତ ଓ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ପାର୍ବଣ ସମୟରେ କଟକଣା ନେଇ କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି । ତେବେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ଥିବା ସ୍ଥାନ ଗୁଡ଼ିକରେ ସମାଗମ ଉପରେ କଟକଣା ଜାରି କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *